‘ଜ୍ଞାନ ଆଧାରିତ ଅର୍ଥନୀତିର ହବ୍ ହେବ ସମ୍ବଲପୁର’
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ ଆଜି ଜ୍ୟୋତି ବିହାର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଉଚ୍ଚÿ ଶିକ୍ଷା ପରମ୍ପରାରେ ଅନ୍ୟତମ ପରିଚୟ ତିଆରି କରିଥିବା ଏହି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଦିବସରରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବର୍ଣ୍ଣାଢ୍ୟ ସମାରୋହରେ ‘ଗଙ୍ଗାଧର ଜାତୀୟ କବିତା ପୁରସ୍କାର’ରେ ସମ୍ମାନିତ ହୋଇଥିବା ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ କବି ତଥା ସୁସାହିତ୍ୟିକା ଡ଼. ପ୍ରତିଭା ଶତପଥୀଙ୍କୁ ଅଭିନନ୍ଦନ ଜଣାଇ ସେ କହିଲେ ଯେ, ଦେଶକୁ ସ୍ୱାଧୀନତା ଦେବାରେ ହେଉ କିମ୍ବା ଇଂରେଜମାନଙ୍କ ସହ ସାଲିସ ବୀହିନ ସଂଘର୍ଷ କରିବାରେ, ସମ୍ବଲପୁର ସବୁବେଳେ ନିଜ ବୀରତ୍ୱ ଓ ପରାକ୍ରମ ଦେଖାଇଆସିଛି । ଦେଶକୁ ସ୍ୱତନ୍ତ୍ରତା ଦେବାରେ ସମ୍ବଲପୁର ସମେତ ଓଡ଼ିଶାର ପଶ୍ଚିମାଞ୍ଚଳ ବିଶେଷ ଭାବରେ ବୀର ସୁରେନ୍ଦ୍ର ସାଏ, ଧ୍ରୁବ ସାଏ ଉଜ୍ଜଳ ସାଏ, ଛବିଳ ସାଏ, ଯାଜ୍ଜଳ ସାଏ, ମେଦିନୀ ସାଏ, କୋଲାବିରା ଜମିଦାର କରୁଣାକର ସିଂହ ନାଏକ, ଘେଁସ ଜମିଦାର ପରିବାରର ମାଧୋ ସିଂହ, କୁଞ୍ଜଲ ସିଂହ, ଐରୀ ସିଂହ, ବୈରୀ ସିଂହ, ହଟେ ସିଂହ, ଶହୀଦ ମଧୁ ଗଡତିଆଙ୍କ ଅବଦାନ ଅତୁଳନୀୟ । ସମ୍ବଲପୁର ଗୋଟିଏ ସାରସ୍ୱତ କ୍ଷେତ୍ର । ସମ୍ବଲପୁରରେ ଜାତୀୟସ୍ତରର ଆଇଆଇଏମ ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଓୟୁଏଟିର କ୍ୟାମ୍ପସ ଏବଂ ଓପନ ୟୁନିଭରସିଟି ମଧ୍ୟ ଅଛି । ସମ୍ବଲପୁରକୁ ଏକ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି କରିବା ପାଇଁ ଆମେ ସମସ୍ତେ ଦାୟିତ୍ୱ ନେବା ଉଚିତ୍ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ମହିମା ଧର୍ମର ମହାନତା ଦେଶକୁ ସ୍ୱାଧୀନତା ଦେବାରେ ହେଉ କିମ୍ବା ଇଂରେଜମାନଙ୍କ ସହ ସାଲିସ ବୀହିନ ସଂଘର୍ଷ କରିବାରେ, ସମ୍ବଲପୁର ସବୁବେଳେ ନିଜ ବୀରତ୍ୱ ଓ ପରାକ୍ରମ ଦେଖାଇ ଆସିଛି । ପ୍ରଚାରକ ସନ୍ଥକବି ଭୀମ ଭୋଇ, ସ୍ୱଭାବକବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଶ୍ରୀ ପ୍ରଧାନ ଓଡ଼ିଶାର ଭାଷା ସାହିତ୍ୟକୁ ସୁସମୃଦ୍ଧ କରିବା ସହ ଜାତୀୟ ସ୍ତରରେ ଆମ ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବାରେ ଏହି ମହାନ ବରପୂତ୍ରଙ୍କ ଯୋଗଦାନ ଅତୁଳନୀୟ ବୋଲି ସାମାଜିକ ଗଣମାଧ୍ୟମକୁ କହିଛନ୍ତି । ସଭାରେ ବିଶିଷ୍ଟ କବି ଡ. ପ୍ରତିଭା ଶତପଥୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଙ୍ଗାଧର ଜାତୀୟ ସମ୍ମାନ ସ୍ୱରୂପ ଉତ୍ତରୀୟ, ପ୍ରଶସ୍ଥି ପତ୍ର ଓ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପ୍ର. ବିଧୁଭୁଷଣ ମିଶ୍ର,କୁଳପତି,ସମ୍ବଲପୁର ବିଶ୍ୱବିଦ୍ୟାଳୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂୂର୍ଯ୍ୟବଂଶୀ ସୂରଜ, ଆଇଆଇଏମର ନିଦେ୍ର୍ଦଶକ ପ୍ର. ମହାଦେବ ଜୟସ୍ୱାଲ୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ର. ତୁଷାର କାନ୍ତ ଦାସ ଉପସ୍ଥିତ ଥିଲେ । କୂଳସଚିବ ଡ. ନୃପରାଜ ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ବୌଦ୍ଧ ନିବାସୀ ବୈଷୟିକ ଶିକ୍ଷାବିତ ଓ ସାହିତ୍ୟିକ ଡ(ଇଂ) ସଞ୍ଜୟ କୁମାର ପଣ୍ଡା, ସୁବର୍ଣ୍ଣପୁର ର ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣା ଏବଂ ହୀରାକୁଦର ସମାଜସେବୀ ଅମର ତାଣ୍ଡିଆଙ୍କୁ ସମ୍ମାନିତ କରାଯାଇଥିଲା ।