ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ
ଧର୍ମଶାଳା: ଲାଲବାହାଦୂର ହାଇସ୍କୁଲ ପରିସରରେ ପୂରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂରାତନ ଛାତ୍ର ପ୍ରଦୀପ୍ତ କିଶୋର ମହଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଜ କିଶୋର ପାଢ଼ୀ, ପଦ୍ମନାଭ ସାହୁ ଯୋଗ ଦେଇଥିଲେ । ଛାତ୍ରୀଛାତ୍ରୀମାନଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା । ମିଳନ ଦ୍ୱାରା ଅତୀତ, ବର୍ତମାନ ଓ ଭବିଷ୍ୟତର ସଙ୍ଗମ ହୋଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଖେଳ କୁଦ କରୁଥିବା ସଭାପତି ପ୍ରଦୀପ୍ତ କିଶୋର ମହଲା ନିଜେ ଅଭିଭାଷଣ ରଖିଥିଲେ । ବିଦ୍ୟାଳୟର ଛାତଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମମାନ ପରିବେଶିତ ହୋଇଥିଲା । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବର୍ଣ୍ଣବୋଧ ଶବ୍ଦ ଗଠନ, ଶ୍ରୁତଲିଖନ ପ୍ରତିଯୋଗିତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗୀତାରେ କୃତି ପତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ବିଦ୍ୟାଳୟର ୨୦୨୪ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉନ୍ନୀତ ହୋଇଥିବା ୫ମ ଶ୍ରେଣୀ ଛାତ୍ରୀ ଅର୍ପିତା ତରାଇ, ୬ଷ୍ଠ ଶ୍ରେଣୀ ଛାତ୍ରୀ ଗୀତିକ୍ରିଷ୍ଣ ପାଣିଗ୍ରାହୀ, ୭ମ ଶ୍ରେଣୀ ଛାତ୍ରୀ ଦୀପ୍ତିମୟୀ ସେଠୀ , ୮ମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ସଂଗୀତା ସାହୁ , ୯ମ ଶ୍ରେଣୀ ଛାତ୍ର କ୍ରୀସ୍ କିଙ୍ଗ୍, ୧୦ମ ଶ୍ରେଣୀ ଛାତ୍ରୀ ପ୍ରଗତି ବି. ମଣ୍ଡଳଙ୍କୁ ପୁରସ୍କୃତ କରାଯାଇଥିଲା । ବନ୍ଧୁମିଳନ ପର୍ବରେ ବିଦ୍ୟାଳୟର ୧୯୬୮ ମସିହାରୁ ୨୦୨୩ ମସିହାର ଛାତ୍ରଛାତ୍ରୀ ସମସ୍ତେ ଯୋଗଦେଇଥିଲେ । ନଟବର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦର ସଂପାଦକ ଗଣେଶ୍ୱର ନାୟକ ଉତ୍ସବରେ ଯୋଗଦେଇଥିବା ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।