ବିଏମ୍ସି କମିଶନର ଭାବେ ଦାୟିତ୍ୱ ନେଲେ ଚଞ୍ଚଳ ରାଣା

ାା ଭୁବନେଶ୍ୱରରୁ ରାଜୀବ ପଣ୍ଡା ।ା ଭୁବନେଶ୍ୱର ମହାନଗରନିଗମ (ବିଏମ୍ସି)ର ନୂତନ କମିଶନର ଭାବେ ଚଞ୍ଚଳ ରାଣା, କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସକାଳେ ଔପଚାରିକ ଭାବେ ରାଣା ବିଏମସିର ମୁଖ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଥିଲେ । ଯୋଗଦେବାର କିଛି ସମୟପରେ ସେ ବିଏମସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁରଙ୍କ ସହ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା ଓ କର୍ପୋରେଟର ମାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରିଥିଲେ । ବିଏମସିର ବିକାଶ ମୂଳକ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇ ସମସ୍ତେ ନବ ନିଯୁକ୍ତ କମିଶନରଙ୍କୁ ସ୍ୱାଗତ ଜଣାଇଥିଲେ । ପରେ, ସେ ଏକ ଭିଡିଓ କନଫରେନ୍ସିରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ସହ ଆଲୋନଚା କରିଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଣା କହିଛନ୍ତି ବିଚାରାଧୀନ କାର୍ଯ୍ୟ ଏବଂ ଅଭିଯୋଗ ସମାଧାନର ଅଗ୍ରଗତି ବିଷୟରେ ସେବା ପ୍ରଦାନକାରୀ ସଂସ୍ଥା, ନାଗରିକ ଫୋରମ୍, ଜନପ୍ରତିନିଧି, କର୍ପୋରେଟର ଏବଂ ପରିଚାଳନା ଅଧିକାରୀ ମାନଙ୍କ ସହଯୋଗରେ ମିଳିତ ପ୍ରୟାସ କରାଯିବ । ନାଗରିକ ମାନଙ୍କ ଆକାଂକ୍ଷାକୁ ପୂରଣ କରିବା ଏବଂ ଏକ ସ୍ୱଚ୍ଛ ତଥା ସବୁଜ ରାଜଧାନୀ ସହ ବିଏମ୍ସି ସମସ୍ତ ବର୍ଗର ଲୋକଙ୍କ ସହ ମିଶି ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବ । ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଗ୍ରହଣ କରାଯାଉଥିବା ଅଭିଯୋଗ ଗୁଡ଼ିକର ଗୁରୁତ୍ୱ ପୂର୍ଣ୍ଣ ସମୀକ୍ଷା କରାଯିବ ଏବଂ ଲୋକମାନଙ୍କର ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ । ଜନସାଧାରଣଙ୍କର କଲ୍ୟାଣ ଓ ବିକାଶ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କର ମୁଖ୍ୟ ଲକ୍ଷ୍ୟ ହେବା ଦରକାର । କାରଣ ନାଗରିକମାନେ ହେଉଛନ୍ତି ମୂଳ ଓ ସେହିମାନଙ୍କ ପାଇଁ ଆମେ କାର୍ଯ୍ୟ କରୁଛି । ଅପରପକ୍ଷେ ନାଗରିକମାନେ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।