ଦୁର୍ଘଟଣାରେ ବାଇକ୍ ଚାଳକ ମୃତ
କୋକସରା: ଟ୍ରାକ୍ଟର ଡାଲା ଓଲଟି ଜଣେ ବାଇକ୍ ଚାଳକଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି । ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ବେପରୁଆ ଟ୍ରାକ୍ଟର ଚାଳକର ଅସାବଧାନତା ଯୋଗୁଁ ଟ୍ରାକ୍ଟର ପଛ ପଟ ଟ୍ରାକ୍ଟର ଡାଲା ପଲଟି ପଡିବାରୁ ଡାଲାରେ ଥିବା ସେଣ୍ଟ୍ରିଙ୍ଗ ପାଇଁ ଯାଉଥିବା ସାମଗ୍ରୀ ବାଇକ ଚାଳକ ଉପରେ ଚାପି ହୋଇ ପଡିବାରୁ ସ୍ଥାନୀୟ ଛିଲିପାମାଲ ଗ୍ରାମର ଯୁବକ ସୁନିଲ କୁମାର ଖର୍ସେଲ(୧୮)ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇ ପଡିଥିବାବେଳେ ଅନ୍ୟ ଜଣେ ନାବାଳକ ମଧ୍ୟ ଆହତ ହୋଇଛନ୍ତି । ସ୍ଥାନୀୟ ଗ୍ରାମର ବଳରାମ ଗହୀର, ବିକାଶ ପୁଞ୍ଜି ଓ ଲକ୍ଷ୍ମଣ ଗହୀର ଗୁରୁତରକୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିସôା ପରେ ଯୁବକଙ୍କ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟାଳୟ ମେଡ଼ିକାଲକୁ ନେଉଥିବା ବାଟରେ ଯୁବକଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଦୁର୍ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଥିବା ବେଳେ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ବେଳେ ଟ୍ରାକ୍ଟର ମହୁଳମୁଣ୍ଡା ଗ୍ରାମର ବୋଲି ଜଣାପଡିଛି । ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।