ଟିପିସିଓଡିଏଲ୍ ପକ୍ଷରୁ ଏଥିକ୍ସ-ଡେ ପାଳିତ
ଭୁବନେଶ୍ୱର : ଟାଟା ପାୱର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍) ପକ୍ଷରୁ ଏଥିକ୍ସ-ଡେ ପାଳିତ ହୋଇଯାଇଛି । ଭାରତ ରନô ଜେଆରଡି ଟାଟାଙ୍କ ୧୨୧ତମ ଜନ୍ମଜୟନ୍ତୀ ଅବସରରେ ଏହି ଏଥିକ୍ସ-ଡେ ପାଳିତ ହୋଇଛି । କର୍ପୋରେଟ୍ ଅଫିସ୍ ସମେତ ଟିପିସିଓଡିଏଲର ବିଭିନ୍ନ ଅଫିସରେ ଏଥିକ୍ସ-ଡେ ପାଳିତ ହୋଇଛି । କର୍ପୋରେଟ୍ ଅଫିସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସିଇଓ ଅରଭିନ୍ଦ ସିଂହ, ବରିଷ୍ଠ ଅଧିକାରୀମାନଙ୍କ ସହିତ, ଜେ.ଆର.ଡି. ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କର ଜିବନୀ ଏବଂ ମହାନତା ଉପରେ ଆଲୋଚନା କରିଥିଲେ । ଭାରତରେ ବେସାମରିକ ବିମାନ ଚଳାଚଳର ଅଗ୍ରଣୀ ଠାରୁ ଆରମ୍ଭ କରି ଶିଳ୍ପ, ଅଖଣ୍ଡତା ଏବଂ ନବସୃଜନରେ ଅତୁଳନୀୟ ମାନଦଣ୍ଡ ପ୍ରତିଷ୍ଠା କରିବା ପର୍ଯ୍ୟନ୍ତ ଜେ.ଆର.ଡି. ଟାଟାଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରାଯାଇଥିଲା । ବିଶେଷକରି ଜେ.ଆର.ଡି. ଟାଟା ସର୍ବଦା ଗୁଣବତ୍ତା, ସରଳତା ଏବଂ ନୀତିଶାସ୍ତ୍ର ଉପରେ ଗୁରୁତ୍ୱ ଦେଇଥିଲେ ବୋଲି କାର୍ଯ୍ୟକ୍ରମରେ ଅନେକ ଅଧିକାରୀ ମତପୋଷଣ କରିଥିଲେ । ଟିପିସିଓଡିଏଲ୍ କର୍ମଚାରୀମାନେ ଭିନ୍ନ ଭିନ୍ନ କାର୍ଯ୍ୟାଳୟରେ ଯୋଗଦେଇ ଏଥିକ୍ସ-ଡେ ପାଳନ କରିବା ସହ ଜେ.ଆର.ଡି. ଟାଟାଙ୍କ କାଳଜୟୀ ମୂଲ୍ୟବୋଧ ଏବଂ ଟାଟା ଗ୍ରୁପର ନୀତିଶାସ୍ତ୍ର, ସ୍ୱଚ୍ଛତା, ଉକôର୍ଷତା ଏବଂ ରାଷ୍ଟ୍ର ପ୍ରତି ସେବାର ମୂଳ ନୀତିଗୁଡ଼ିକୁ ବଜାୟ ରଖିବା ପାଇଁ ସଂକଳ୍ପ ନେଇଥିଲେ ।