"ପ୍ରଳୟ'ର ସଫଳ ପରୀକ୍ଷଣ 

ଭୁବନେଶ୍ୱର  : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପ୍ରଳୟ କ୍ଷେପଣାସ୍ତ୍ର ପ୍ରଣାଳୀର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି । ଓଡିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଜୁଲାଇ ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଏହି ପରୀକ୍ଷଣ କରାଯାଇଥିଲା । ସର୍ବାଧିକ ଏବଂ ସର୍ବନିମ୍ନ ଦୂରତାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଲକ୍ଷ୍ୟଭେଦ କ୍ଷମତାକୁ ପ୍ରମାଣିତ କରିବା ଲାଗି ବ୍ୟବହାରକାରୀ ମୂଲ୍ୟାଙ୍କନ ପରୀକ୍ଷଣର ଅଂଶବିଶେଷ ସ୍ୱରୂପ ଏହି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ରଗୁଡ଼ିକ ନିଦ୍ଧିଷ୍ଟ ଗତିପଥକୁ ସଠିକ୍ ଭାବରେ ଅନୁସରଣ କରିଥିଲେ ଏବଂ ସମସ୍ତ ପରୀକ୍ଷଣ ଉଦେ୍ଦଶ୍ୟ ପୂରଣ କରି ସମ୍ପୂର୍ଣ୍ଣ ସଠିକତା ସହିତ ଲକ୍ଷ୍ୟଭେଦ କରିଛନ୍ତି  । ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା । ନିଦ୍ଧିଷ୍ଟ ପ୍ରଭାବ ବିନ୍ଦୁ ନିକଟରେ ଅବସ୍ଥିତ ଜାହାଜରେ ନିୟୋଜିତ ଉପକରଣଗୁଡ଼ିକ ସମେତ ସମନ୍ୱିତ ପରୀକ୍ଷଣ ଘାଟି ଦ୍ୱାରା ନିୟୋଜିତ ବିଭିନ୍ନ ଟ୍ରାକିଂ ସେନ୍ସର ଦ୍ୱାରା ସଂଗୃହିତ ପରୀକ୍ଷଣ ତଥ୍ୟ ବ୍ୟବହାର କରି ଏହାକୁ ଯାଞ୍ଚ କରାଯାଇଥିଲା । ପ୍ରଳୟ ହେଉଛି ଏକ ସ୍ୱଦେଶୀ ଭାବରେ ବିକଶିତ କଠିନ ପ୍ରପେଲାଣ୍ଟ କ୍ୱାସି-ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଉଚ୍ଚ ସଠିକତା ସୁନିଶ୍ଚିତ କରିବା ପାଇଁ ଏହା ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀକୁ ବ୍ୟବହାର କରିଥାଏ । ଏହି କ୍ଷେପଣାସ୍ତ୍ର ବିଭିନ୍ନ ଲକ୍ଷ୍ୟ ବିରୁଦ୍ଧରେ ସଂଖ୍ୟାଧିକ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ । ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ସଶସ୍ତ୍ର ବାହିନୀ ଏବଂ ଶିଳ୍ପ ସଂସ୍ଥାଗୁଡିକୁ ପ୍ରଶଂସା କରିଛନ୍ତି । ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ବିପଦ ବିରୁଦ୍ଧରେ ଦେଶର ସେନାବାହିନୀକୁ ଆହୁରି ପ୍ରଯୁକ୍ତି ଆଧାରିତ ପ୍ରୋସôାହନ ଦେବ ବୋଲି ସେ କହିଛନ୍ତି ।