୨୦ ହଜାର କୁକୁଡ଼ା ମାରିବେ ସରକାର

Bird Flu Bhubaneswar

୨୦ ହଜାର କୁକୁଡ଼ା ମାରିବେ ସରକାର

ଭୁବନେଶ୍ୱର : ଶ୍ରାବଣ ଯୋଗୁଁ କୁକୁଡ଼ା ବେପାର ମାନ୍ଦା ଥିଲା  । ବୋଲବମ୍‌ ଯୋଗୁଁ ଅନେକଙ୍କ ଘରେ ଆମିଷ ପଶୁନଥିଲା  । ଯେଉଁଥିପାଇଁ କୁକୁଡ଼ା ଦାମ୍‌ କମିଯାଇଥିବାବେଳେ ଫାର୍ମରୁ କମ୍ପାନୀମାନେ କୁକୁଡ଼ା ବି ଉଠାଉନଥିଲେ  । ଫଳରେ କୁକୁଡ଼ା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା  । ଶ୍ରାବଣ ପରେ ପରେ ବେପାର ଜମି ଆସୁଥିଲା  । କିନ୍ତୁ ହଠାତ୍‌ ବାଡର଼୍ ଫ୍ଲୁ ଆତଙ୍କ କୁକୁଡ଼ା ଚାଷୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି  । ପିପିଲିରେ ବାଡର଼୍ ଫ୍ଲୁ ବ୍ୟାପିଥିବାବେଳେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଯାଇଛି  । ତେବେ ସାରା ରାଜ୍ୟରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଥିବାବେଳେ ଅନେକ ରୋଗ ଡରରେ ଚିକେନ ଖାଇବାକୁ ବି ବିମୁଖ ହୋଇଗଲେଣି  ।

ପିପିଲିରେ ରୋଗାକ୍ରାନ୍ତ କୁକୁଡ଼ାଙ୍କ ଠାରେ ଏଚ୫ଏନ୧ ଭୂତାଣୁ ବାହାରିଛି  ।  ୧୮ ଶହ କୁକୁଡ଼ା ମରିବା ପରେ ଏହା ଜଣାପଡ଼ିଥିଲା  । ସେହି ଅଂଚଳର ଆଉ କେତେକ ଫାର୍ମରେ ବି ବାଡର଼୍ ଫ୍ଲୁ ବ୍ୟାପିଥିବାର ଆଶଙ୍କା ରହିଛି  । ତେଣୁ ୨୦ ହଜାର କୁକୁଡ଼ା ମାରିବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ରୋଗ ନିୟନ୍ତ୍ରଣର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଜଗନ୍ନାଥ ନନ୍ଦ ପ୍ରକାଶ କରିଛନ୍ତି  । ଏଚ୫ଏନ୧ କେବଳ କୁକୁଡ଼ା ନୁହେଁ ଘୁଷୁରୀ, ବିରାଡ଼ି, କୁକୁର ଆଦିଙ୍କ ଦେହରେ ବି ବ୍ୟାପୁଥିବାରୁ ଏହା ଉପରେ ସରକାର ନଜର ରଖିଛନ୍ତି  ।