ପୋଲିସ ଏସ୍‌ଆଇ ଭିଜିଲାନ୍ସ ଜାଲରେ

ପୋଲିସ ଏସ୍‌ଆଇ ଭିଜିଲାନ୍ସ ଜାଲରେ

ବରଗଡ଼: ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା। ତାଙ୍କ ପାଖରୁ ଲାଞ୍ଚ କାରବାରରେ ବ୍ୟବହୃତ ୭ହଜାର ଟଙ୍କା ଜବତ ହୋଇଛି। ଭିଜିଲାନ୍ସ ବରିହାଙ୍କ ବିଭିନ୍ନ ବାସଭବନରେ ଚଢାଉ ଜାରି ରଖିଛି। ବର୍ତ୍ତମାନ ଚଢ଼ାଉ ଜାରି ରହିଥିବାରୁ ମୋଟ୍‌ ସମ୍ପତ୍ତି ଆକଳନ ହୋଇପାରିନାହିଁ। ଚଢ଼ାଉ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।