ଚାରି ଭାଇଙ୍କୁ ନିର୍ମମ ହତ୍ୟା ଘଟଣା , ୫ ଜଣଙ୍କୁ ଆଜୀବନ କାରାଦଣ୍ଡ
ାା ପ୍ରଭାନୁ୍ୟଜ୍ ।ା ଆସିକା / ହିଞ୍ଜିଳିକାଟୁ, : ବ୍ରହ୍ମପୁର ରାସ୍ତାର ପିତଳ ଛକରେ ଗତ ୨୧/୦୩/୨୨ ତାରିଖ ରାତ୍ରରେ ଘଟିଥିବା ଚାରି ଭାଇକୁ ନିର୍ମମ ହତ୍ୟା ଘଟଣାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଆସିକା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ପ୍ରବୀର କୁମାର ଚୌଧୁରୀ ୨୬ ଜଣ ସକ୍ଷ୍ୟ ପ୍ରମାଣକୁ ବିଚାର କରି ପାଞ୍ଚ ଜଣ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଚିତ୍ରସେନ ସେଠି, ସନ୍ତୋଷ ସ୍ୱାଇଁ, ବାହାନପତି ବେହେରା, ମିଲନ ସ୍ୱାଇଁ ଏବଂ ମୁଖ୍ୟ ଅଭିଯୁକ୍ତ ଅମୀୟ କୁମାର ସ୍ୱାଇଁ ଓରଫ ସାଧୁ । ପ୍ରକାଶ ଥାଉକି ଗତ ୨୧/୦୩/୨୨ ତାରିଖରେ ହିଞ୍ଜିଳି ଥାନା ପିତଳ ଛକ ୫୯ ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଲୋମହର୍ଷକ ଘଟଣା ଘଟିଛି । ଦୁବୃର୍ତ୍ତଙ୍କ ଖଣ୍ଡା, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ଭାଇ ଓ ସମ୍ପର୍କୀୟ ଜଣେ ଭାଇଙ୍କୁ ଅତି ବିଭସô ହତ୍ୟା କରିଥିଲେ । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ପ୍ରତିପକ୍ଷ ଗୋଷ୍ଠୀର ଜଣେ ଆକ୍ରମଣକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ମୃତକମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୮), ଶମ୍ଭୁ ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ (୨୩) ଓ ଅନ୍ୟ ଜଣଙ୍କ ମଙ୍ଗୁଳୁଙ୍କ ନାବାଳକ ପୁତୁରା ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ୱାଇଁ (୧୬) । ଗୁରୁତର ଆହତ ହେଲେ ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣକାରୀ ଅମିୟ ସ୍ୱାଇଁ ଓରଫ୍ ସାଧୁ (୩୫) । ମୃତକଙ୍କ ବାପା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୧୪୧/୨୨ରେ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଦୋଷୀଙ୍କୁ ଫାଶିଦଣ୍ଡ ଓ ସଂପୃକ୍ତ ଗ୍ରାମ ନିକଟରେ ଥିବା ୨ ମଦ ଦୋକାନ ଉଚ୍ଛେଦ ଦାବି କରି ଅଡି ବସିବା ସହ ବୁଧବାର ସକାଳ ୯ଟାରୁ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ପିତଳ ଛକରେ ଏକ ପୋଲିସ ଫାଣ୍ଡି କରିବାକୁ ଦାବି କରିଥିଲେ । ଏହି କେସକୁ ସରକାର ଓକିଲ ରୂପେ ତ୍ରିଲୋଚନ ପରିଡା ଏବଂ ପ୍ରତିପକ୍ଷ ଓକିଲ ସରତେନ୍ଦୁ ପଣ୍ଡା କେସ ପରିଚାଳନା କରୁଥିଲେ ।