ଆଇ ଲଭ ୟୁ-ଟୁ' ର ଅଡ଼ିଓ ରିଲିଜ 

I LOVE YOU-2

ଆଇ ଲଭ ୟୁ-ଟୁ' ର ଅଡ଼ିଓ ରିଲିଜ 

------------------------------------------
©  'ଆଇ ଲଭ ୟୁ 'ର ସିକୁଏଲ 'ଆଇ ଲଭ ୟୁ- ଟୁ '
©  ଆଗାମୀ ଗଣେଶ ପୂଜାରେ ପରଦାକୁ ଆସିବ 
© ବଜେଟ 1.2 କୋଟି 
----------------------------------------
ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ବ୍ୟାନର ରେ ନିର୍ମିତ ତଥା ଟୁଟୁ ନାୟକଙ୍କ ନିବେଦିତ ବହୁ ପ୍ରତୀକ୍ଷିତ ସିନେମା 'ଆଇ ଲଭ ୟୁ- ଟୁ'  ମୁକ୍ତି ଲାଭ କରିବାକୁ ଯାଉଛି  । ଠିକ ଏହାର ଅବ୍ୟବହିତ ପୂର୍ବରୁ  'ଆଇ ଲଭ ୟୁ- ଟୁ'ର ସଙ୍ଗୀତ ଉନ୍ମୋଚିତ ହୋଇ ଯାଇଛି  । ହୋଟେଲ ସୂର୍ଯ୍ୟାଂଶ  ଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ  ଚଳଚ୍ଚିତ୍ରର କଳାକାର ଓ କଳା କୁଶଳୀଙ୍କ ସମେତ ଓଡ଼ିଆ ସିନେମା ସହ ସମ୍ପୃକ୍ତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ  । ଉତ୍ସବର ଅତିଥି ତଥା ଆଓ ନେକ୍ସଟର ସିଇଓ କୌଶିକ ଦାସ ଓ ନାୟକ ପରିବାରର ଅନ୍ୟତମ ମୁଖିଆ ବୈଦ୍ୟନାଥ ନାୟକଙ୍କ ହାତରେ ଚଳଚ୍ଚିତ୍ରର ସଙ୍ଗୀତ ଉନ୍ମୋଚିତ ହୋଇଥିଲା । 

'ଆଇ ଲଭ ୟୁ -ଟୁ' ହେଉଛି 2004ରେ ମୁକ୍ତିଲାଭ କରିଥିବା ବ୍ଲକ  ବ୍ଲଷ୍ଟର ମୁଭି 'ଆଇ ଲଭ ୟୁ'ର ସିକ୍ୟୁଏଲ  । ପ୍ରଯୋଜକ ଟୁଟୁ ନାୟକ ସବୁବେଳେ କିଙ୍ଗ ମେକର ଭୂମିକା ନିର୍ବାହ କରି ଆସିଛନ୍ତି । ସେ ଇଣ୍ଡଷ୍ଟ୍ରିକୁ  ତିନି ତିନି ଜଣ ସୁପରଷ୍ଟାର ଉପହାଇ ଦେଇଛନ୍ତି  । ଏଥର ମଧ୍ୟ ନାୟକ କିଏ ହେବେ ତାକୁ ନେଇ ସସ୍ପେନ୍ସ ଲାଗିରହି ଥିଲା  । ସେ ସସ୍ପେନ୍ସ ଉପରୁ ଆଜି ପରଦା ହଟିଛି  ।  'ଆଇ ଲଭ ୟୁ' ରେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ନମ୍ରତାଙ୍କୁ ସୁଯୋଗ ମିଳିଥିବା ବେଳେ 'ଆଇ ଲଭ ୟୁ- ଟୁ' ରେ ନବାଗତ  ଆଦିତ୍ୟ ଓ ନବାଗତା ଅପ୍ସରା ରାଣୀଙ୍କୁ  ଉପସ୍ଥାପିତ କରାଯାଇଛି। ଆଦିତ୍ୟ ସମ୍ପୂର୍ଣ ନୂଆ ହୋଇ ଥିବା ବେଳେ ନିଜର ବୋଲଡ ଅନ୍ଦାଜ ପାଇଁ ପରିଚିତ ଅପ୍ସରା ରାମ ଗୋପାଳ ବର୍ମାଙ୍କ ଫିଲ୍ମରେ ଅଭିନୟ କରି ବେଶ ଚର୍ଚ୍ଚା ସାଉଣ୍ଟି ଥିଲେ । ଅନ୍ୟାନ୍ୟ ଚରିତ୍ରରେ ମିତାଲି ସରଘରିଆ, ବବି ମିଶ୍ର, ସୁନୀଲ କୁମାର, ସନ୍ତୁ ନିଜେ, ଚୌଧୁରୀ ଜୟପ୍ରକାଶ ଦାସ, ଡିସ୍କୋ ରେଡ୍ଡୀ, ଓ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଦେଖିବାକୁ ମିଳିବ । ଷ୍ଟାଇଲିସ ମେକର ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ସଙ୍ଗୀତ ଦେଇଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ଭାବେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ  । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ଶଶାଙ୍କ ଶେଖର ଓ ସତ୍ୟଜିତ ପ୍ରଧାନ  । ଗୀତ ଲେଖିଛନ୍ତି  ସ୍ବର୍ଗତ ସ୍ୱରୂପ ନାୟକ ଓ ଅରୁଣ ମନ୍ତ୍ରୀ  ।  ଗୀତ ଗୁଡିକ ବେଶ ଶ୍ରୁତିମଧୁର ହୋଇପାରିଛି  । ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା  । ସମ୍ପାଦନାରେ ଅଛନ୍ତି ଚନ୍ଦ୍ରଶେଖର ମିଶ୍ର  । ଚିତ୍ରୋତ୍ତୋଳନ କରିଛନ୍ତି ଦୀପକ କୁମାର ଘଡେଇ  । କ୍ରିଷ୍ଣା ପ୍ରୟାଗ ନାୟକ (ପ୍ରେମ )ଏହାର କାର୍ଯ୍ୟକାରୀ ପ୍ରଯୋଜକ ଥିବା ବେଳେ ଅନୁରାଧା ନାୟକ ଓ ବରୁଣ ନାୟକ ସହ ପ୍ରଯୋଜକ ଭାବେ ନିଜ ନିଜର ଦାଇତ୍ୱ ତୁଲାଇଛନ୍ତି  ।
ଏହା ହେଉଛି ଜମ୍ମୁ ଓ କଶ୍ମୀରରେ ସୁଟିଂ ହେଇଥିବା  ପ୍ରଥମ ଓଡ଼ିଆ ସିନେମା  । ସୋନମାର୍ଗ, ଗୁଲମାର୍ଗ, ପହଲଗାମ, ଶ୍ରୀନଗର ଓ ଡାଲ ହ୍ରଦ ଆଦି ମନୋରମ ତଥା ଆକର୍ଷଣୀୟ ଲୋକେସନରେ ଏହାର ସୁଟିଂ କରାଯାଇଛି  । ମନଛୁଆଁ ସଙ୍ଗୀତ, କଶ୍ମୀରରେ ସୁଟିଂ,  ବଳିଷ୍ଠ ନିର୍ଦ୍ଦେଶନା ଏହି ଚଳଚ୍ଚିତ୍ର ପାଇଁ ବେଶ ପ୍ଲସ ପଏଣ୍ଟ  ହେବ  । ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ଓ ପ୍ରଯୋଜକ ଟୁଟୁ ନାୟକ ଚଳଚ୍ଚିତ୍ରର ଗୁଣାତ୍ମକ ଦିଗ ପ୍ରତି ସବୁବେଳେ ଦୃଷ୍ଟି ଦେଇ ଆସି ଥିବା ବେଳେ ଏଥିରେ କୌଣସି ପ୍ରକାରର ଉଣା କରାଯାଇ ନାହିଁ  । ଆଗାମୀ ଗଣେଶ ପୂଜା ଅବସରରେ ମ୍ୟୁଜିକାଲ ରୋମାଣ୍ଟିକ ଥ୍ରୀଲର 'ଆଇ ଲଭ ୟୁ-ଟୁ' ମୁକ୍ତିଲାଭ କରିଵ ବୋଲି  ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ରହିଛି  ।

Report : Rasmita Behera