ବିଶାଳଙ୍କୁ ଆଇଟିର ପଚରାଉଚରା
Bishal Das

ଭୁବନେଶ୍ୱର : ଦିବଂଗତ ନେତା ନବ କିଶୋର ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା କରାଯାଇଛି । ଆଇଟିର ଏକ ପନ୍ଦର ଜଣିଆ ଟିମ୍ ତାଙ୍କୁ ଏକ ହୋଟେଲରେ ଚାରିଘଣ୍ଟା ଜେରା କରିଛନ୍ତି । ଦୀର୍ଘସମୟ ଧରି ଆଇଟି ଟିମ୍ର ଜେରା ପଛରେ କି ରହସ୍ୟ ରହିଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏନେଇ ଆଇଟି ବିଭାଗ କିମ୍ବା ବିଶାଳଙ୍କ ପକ୍ଷରୁ କିଛି କୁହାଯାଇନାହିଁ ।
ଏବେ ଝାରସୁଗୁଡ଼ାରେ ବିଶାଳଙ୍କ ଭଉଣୀ ଦୀପାଳି ଦାସ ବିଜେଡ଼ି ଟିକେଟରେ ନିର୍ବାଚନ ଲଢୁଛନ୍ତି । ଖାଲି ବିଶାଳ ନୁହେଁ ତାଙ୍କର କେତେକ ଅନୁଗତଙ୍କୁ ବି ପଚରାଉଚରା କରାଯାଇଥିବା କୁହାଯାଉଛି । କୋଲାବିରା ଓ ଝାରସୁଗୁଡ଼ାର କିଛି ବ୍ୟକ୍ତିଙ୍କୁ ବି ଜେରା କରାଯାଉଛି । ଜେରା ପରେ ରାତି ସାଢେ଼ ୭ଟାରେ ବିଶାଳ ହୋଟେଲରୁ ବାହାରିଥିଲେ ।