ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
KV SINGHDEO

୧୯୫୬ ମସିହା ଜୁନ୍ ୧୪ରେ ଜନ୍ମଗ୍ରହଣ କରିଥିଲେ କନକବର୍ଦ୍ଧନ ସିଂହଦେଓ । ତାଙ୍କ ବାପା ହେଉଛନ୍ତି ରାଜରାଜ ସିଂହଦେଓ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ହୋଇଥିବା କେଭି ରାଜ୍ୟ ବିଜେପିର ଜଣେ ବଡ଼ ଚେହେରା । ୧୯୯୫ରେ ସେ ପ୍ରଥମ ଥର ପାଇଁ ପାଟଣାଗଡ଼ରୁ ବିଧାୟକ ହୋଇଥିଲେ । ଏହାପରେ ପାଟଣାଗଡ଼ ପାଲଟିଯାଇଥିଲା ତାଙ୍କ ଗଡ଼ । ଲଗାତର ସେ ୨୦୧୯ ପର୍ଯ୍ୟନ୍ତ ୫ ଥର ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ସେ ପ୍ରଥମ ପରାଜୟର ସାମ୍ନା କରିଥିଲେ । କିନ୍ତୁ ୨୦୨୪ରେ କେଭି ପୁଣିଥରେ ବିଜୟ ଟ୍ରାକକୁ ଫେରିବା ସହ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନବୀନ ସରକାରଙ୍କ ପ୍ରଥମ ଓ ଦ୍ୱିତୀୟ ପାଳିରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ ।