୫ରେ ପୁଣି ଓଡ଼ିଶା ଆସିବେ ନଡ୍ଡା

୫ରେ ପୁଣି ଓଡ଼ିଶା ଆସିବେ ନଡ୍ଡା

ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଓଡ଼ିଶାରେ ରାଜନୈତିକ ବାତାବରଣ ସେତେ ଉଷ୍ଣ ହେବାରେ ଲାଗିଛି । ଓଡ଼ିଶା ଏବେ ବିଜେପିର ଫୋକସରେ ରହିଛି ।  ସେଥିପାଇଁ କେନ୍ଦ୍ରୀୟ ନେତୃବୃନ୍ଦ ଏବେ ଓଡ଼ିଶାକୁ ଆସି ପ୍ରଚାର କରୁଛନ୍ତି । ପ୍ରଥମେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସି ବିଜେଡି ସରକାରଙ୍କ ଉପରେ ବର୍ଷିବା ସହ ନିଜ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଯାଇଛନ୍ତି । ଏବେ ପୁଣି ଜେ. ପି ନଡ୍ଡା  ଓଡ଼ିଶା ଆସିବେ । ଆସନ୍ତା ୫ ତାରିଖରେ ସେ ଓଡ଼ିଶା ଆସିବେ । ଭୁବନେଶ୍ୱର ଓ କଟକରେ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଛି ।

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆସନ୍ତାକାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର, ସମ୍ବଲପୁର ଓ କଟକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।