ସୁନା ଦରରେ ଲାଗିଲା ବ୍ରେକ

ସୁନା ଦରରେ ଲାଗିଲା ବ୍ରେକ

ଭୁବନେଶ୍ୱର: ସୁନା ଦରରେ ଲାଗିଛି ବ୍ରେକ । ତଳ ମୁହାଁ ହୋଇଛି ସୁନା ଦର ।  ଯେତିକି ବଢିଥିଲା, ସେତିକି ହ୍ରାସ ନପାଇ ଥିଲେ ବି ଆଖିଦୃଶିଆ ହ୍ରାସ ପାଇଛି ବୋଲି କୁହାଯାଇପାରେ ।  ଗୁଡ୍‌ ରିଟର୍ଣ୍ଣସର ରିପୋର୍ଟ ଅନୁସାରେ, ଭୁବନେଶ୍ୱରରେ ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦର ଏକାଥରକେ ୧୧ ହଜାର ୭୭୦ ଟଙ୍କା ବଢିଥିବା ବେଳେ ଆଜି ୮ ହଜାର ୨୩୦ ଟଙ୍କା କମିଛି । ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦର ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କା ରହିଥିବା ବେଳେ ଆଜି ଏହା ୧ ଲକ୍ଷ ୭୦ ହଜାର ୬୨୦କୁ ଖସିଛି । ଆଜି ଭୁବନେଶ୍ୱରରେ ୧ ଗ୍ରାମ ୨୪ କ୍ୟାରେଟ୍‌ ସୁନାର ଦାମ ୧୭ ହଜାର ୬୨ ଟଙ୍କା ରହିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ୍‌ ସୁନାର ଦର ଏକାଥରକେ ୧୦ ହଜାର ୮୦୦ ଟଙ୍କା ବଢିଥିବା ବେଳେ ଆଜି ୭ ହଜାର ୫୫୦ ଟଙ୍କା କମିଛି । ଗତକାଲି ୧୦ ଗ୍ରାମ ୨୨ କ୍ୟାରେଟ ସୁନାର ଦର ୧ ଲକ୍ଷ ୬୩ ହଜାର ୯୫୦ ଟଙ୍କା ଥିବା ବେଳେ ଆଜି ଏହା ୧ ଲକ୍ଷ ୫୬ ହଜାର ୪୦୦ ଟଙ୍କାକୁ ହ୍ରାସ ପାଇଛି । ଆଜି ଭୁବନେଶ୍ୱରରେ ୧ ଗ୍ରାମ ୨୨ କ୍ୟାରେଟ ସୁନାର ଦର ୧୫ ହଜାର ୬୪୦ ଟଙ୍କା ରହିଛି, ଯାହା ଗତକାଲି ୧୬ ହଜାର ୩୯୫ ଟଙ୍କା ଥିଲା । ୧୮ କ୍ୟାରେଟ୍‌ ସୁନାର ଦର ମଧ୍ୟ କମିଛି । ଗତକାଲି ଭୁବନେଶ୍ୱରରେ ୧ ଗ୍ରାମ ୧୮ କ୍ୟାରେଟ୍‌ ସୁନାର ଦର ୧୩ ହଜାର ୪୧୪ ଟଙ୍କା ରହିଥିବା ବେଳେ ଆଜି ୧୨ ହଜାର ୭୯୭ ଟଙ୍କା ରହିଛି । ସୁନା ଭଳି ଆଜି ରୁପାର ଦର ହ୍ରାସ ପାଇଛି । ଗତକାଲି ରୁପାର ଦାମ କେଜି ପିଛା ଏକାଥରେ ୨୫ ହଜାର ଟଙ୍କା ବୃଦ୍ଧି ପାଇଥିଲା । କିନ୍ତୁ ଆଜି ଏଥିରେ କେଜି ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଛି । ଗତକାଲି ରୁପାର ଦାମ କେଜି ପିଛା ୪,୨୫,୦୦୦ ଟଙ୍କାରେ ପହଞ୍ଚି ଥିବା ବେଳେ ଆଜି ୪ ଲକ୍ଷ ୧୫ ହଜାର ଟଙ୍କାକୁ ହ୍ରାସ ପାଇଛି ।