ମୁଁ ଶପଥ ନେଇଛି, ବିଭାଗକୁ ସ୍ୱଚ୍ଛ କରିବି: ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ମୁଁ ଶପଥ ନେଇଛି, ବିଭାଗକୁ ସ୍ୱଚ୍ଛ କରିବି । ସୋମବାର ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯୋଗାଣ ସହାୟକ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏଭଳି କହିଛନ୍ତି । ଏଥିସହ ଦୁର୍ନୀତି ରୋକିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ ଆପଣ ଚାହିଁଲେ ମଣ୍ଡିରେ ଭ୍ରଷ୍ଟାଚାର ହେବ ନାହିଁ । ଅନ୍ୟାୟ କରୁଥିବା ଓ ଅନ୍ୟାୟକୁ ପ୍ରଶ୍ରୟ ଦେଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା । ମୁଁ ଶପଥ ନେଇଛି, ବିଭାଗକୁ ସ୍ୱଚ୍ଛ କରିବି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିବା ସହ ଧାନକିଣା ବେଳେ ସ୍ୱଚ୍ଛତା ରଖିବାକୁ ସହାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ।