କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର କ୍ୟାମ୍ପ ଅଫିସ
CM Mohan Charan Majhi
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ମଣ୍ଡୁଆଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଏକ କ୍ୟାମ୍ପ ଅଫିସ ଉଦଘାଟନ କରିଛନ୍ତି । ଏହାଦ୍ୱାରା ସ୍ଥାନୀୟ ଲୋକମାନେ ସୁବିଧାରେ ଅଭିଯୋଗ କରି ପାରିବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି କ୍ୟାମ୍ପ ଅଫିସ ଖୋଲା ଯାଇଛି ।
ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଆହୁରି ସରଳ ଓ ସହଜ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସହିତ ଏହି କ୍ୟାମ୍ପ ଅଫିସରେ ମଧ୍ୟ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ ।