ବିଜେପିର ମଣ୍ଡଳସ୍ତରୀୟ ବୈଠକ

 ପୁରୀ : ସ୍ଥାନୀୟ ସଂସ୍କୃତି ଭବନ ଠାରେ ପୁରୀ ଜିଲ୍ଳା ବିଜେପି ପକ୍ଷରୁ ବିଭିନ୍ନ ମଣ୍ଡଳ ସଭାପତିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଳା ସଭାପତି ଡ଼ା. ଦେବେନ୍ଦ୍ରନାଥ ତରାଇ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଳା ମହିଳା ସଭାନେତ୍ରୀ ଜ୍ୟୋତି ମହାପାତ୍ର,  ଜାତୀୟ ପରିଷଦ ସଭ୍ୟ ମଧୁସୂଦନ ସିଂହାରୀ, ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ, ସିଂହଦ୍ୱାର ମଣ୍ଡଳ ସଭାପତି ରାଜକିଶୋର ପଣ୍ଡା, ଶରଧାବାଲି ମଣ୍ଡଳ ସଭାପତି ବିରଞ୍ଚô ମିଶ୍ର, ମାଉସୀ ମା ମଣ୍ଡଳ ସଭାପତି ଅଜୟ କୁମାର ଦାସ ବୈଠକରେ ଯୋଗଦାନ କରିଥିଲେ । ୩ଟି ମଣ୍ଡଳ ପାଇଁ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ତ୍ୟାଗପୁତ ମନୋଭାବ ନେଇ ଲୋକଙ୍କ ସେବା କରିବା ନିମନ୍ତେ ବୈଠକରେ ବିଜେପି ନେତାମାନେ ଆହ୍ୱାନ ଦେଇଥିଲେ ।