ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି କାହ୍ନୁ, ସହାୟତା ନିବେଦନ

 ପଟ୍ଟାମୁଣ୍ଡାଇରୁ କୁମାରେଶ ନାୟକ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ଗ୍ରାମର କାହ୍ନୁ ଚରଣ ସେଠୀ ଜଣେ ଅତ୍ୟନ୍ତ ଗରିବ ଲୋକ । ଦାଦନ ଶ୍ରମିକ ଭାବରେ ସେ  ରାଜ୍ୟ  ବାହାରେ କାମ କରନ୍ତି । ରଜ ଉସôବ ପାଳିବା ପାଇଁ ଚଳିତ ମାସ ପ୍ରଥମ ସପ୍ତାହରେ  ଗାଁକୁ ଆସିଥିଲେ । ମାତ୍ର ଗତ ୮ତାରିଖରେ ଆଳି ବ୍ଲକ୍ ଅନ୍ତର୍ଗତ ସିଙ୍ଗିରି ଗ୍ରାମରେ ଥିବା ଶଶୁର ଘରକୁ ଯାଉଥିବା ବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ବିଳମ୍ବିତ ରାତିରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିସôା କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ଚିକିସôା ପାଇଁ ଭର୍ତ୍ତି କରାଯାଇଥିଲା । 
ଦୁର୍ଘଟଣାର ୩ ଦିନ ପରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେବାରୁ ପରିବାର ଲୋକମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । କାଁହୁଙ୍କ ବାପା ଅଶୋକ ସେଠୀ ଗାଁରେ ମାଛ ବିକି ପରିବାର ପ୍ରତିପୋଷଣ କରନ୍ତି । ଅଶୋକଙ୍କ ଏକମାତ୍ର ପୁତ୍ର କାହ୍ନୁଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅସ୍ତ୍ରୋପଚାର ଦ୍ୱାରା ଭଲ କରିବା ପ୍ରଚୁର ଅର୍ଥର ଆବଶ୍ୟକ ରହିଛି ଯାହାକି ଗରିବ ଅଶୋକଙ୍କ ପକ୍ଷେ ଅସମ୍ଭବ । ଫଳରେ ପୁଅକୁ ବଞ୍ଚାଇବା ପାଇଁ ବାପା ଅଶୋକ ଗାଁକୁ  ଗାଁ ବୁଲି ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି । ଅମୃତମଣୋହିଁ ପଞ୍ଚାୟତର ପୂର୍ବତନ ସରପଞ୍ଚ କୁଳମଣି ମଳିକଙ୍କ ନେତୃତ୍ୱରେ ଗାଁର ଯୁବକମାନେ ସହୃଦୟ ଲୋକମାନଙ୍କୁ ଭେଟି ସାହାଯ୍ୟ ପାଇଁ ଅନୁରୋଧ କରୁଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମୃତୁ୍ୟ ସହିତ ସଂଗ୍ରାମ କରୁଥିବା କାଁହୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବା ସହିତ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢାଇବା ପାଇଁ ଅମୃତମଣୋହି ସରପଞ୍ଚ ନିରୁପମା ଦାସ, ଯୁବ ନେତା ସୁଶାନ୍ତ ବାରିକ ଓ ସିଦ୍ଧାର୍ଥ ଦାସଙ୍କ ସହିତ ଗ୍ରାମବାସୀ ନିବେଦନ କରିଛନ୍ତି ।