ଗୃହ କମିଟି ନହେବା ଯାଏଁ ପ୍ରତିବାଦ : କଂଗ୍ରେସ
ଭୁବନେଶ୍ୱର: ଗୃହ କମିଟି ଗଠନ ନହେବା ଯାଏଁ କଂଗ୍ରେସ ପ୍ରତିବାଦ କରିବ । କଂଗ୍ରେସ ବିଧାୟକମାନେ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତିଯେ, ପ୍ରତିଦିନ ମା' ଭଉଣୀଙ୍କ ପ୍ରତି ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ତତ୍ଜନିତ ମୃତୁ୍ୟର ଖବର ବାହାରୁଛି । କିନ୍ତୁ ସରକାର ଗୃହ କମିଟି ଗଠନ କରିବାକୁ ରାଜି ହେଉନାହାନ୍ତି । ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାକୁ ଉତ୍ଥାପନ କରିବା ଓ ତା'ର ସମାଧାନ କରିବା ବିଧାୟକମାନଙ୍କର କାମ । ଏନେଇ ପ୍ରଶ୍ନ ଉଠାଇବା କ'ଣ ଆମର ଅପରାଧ କି ବୋଲି କାଡ଼ାମ ପ୍ରଶ୍ନ କରିଛନ୍ତି ।
ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତିଯେ, କଂଗ୍ରେସ ବିଧାୟକ ଦଳର ନୈତିକ କର୍ତ୍ତବ୍ୟ ହେଉଛି ମହିଳାମାନଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧ ଓ ଅତ୍ୟାଚାରକୁ ବିଧାନସଭାରେ ଉଠାଇବା । ଏହି ଅଳ୍ପଦିନ ମଧ୍ୟରେ ନବରଙ୍ଗପୁର ଉମରକୋର୍ଟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ମଦ ପିଆଇ ଗଣଧର୍ଷଣ କରାଗଲା । ବରଗଡ଼ ଟାଉନରୁ ଦୁଇ ଜଣ ନାବାଳିକା ଗତ ୧୮ରୁ ନିଖୋଜ ଥିଲେ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଛି । ଶାସକ ଦଳ ବିଧାୟକ ବିଧାନସଭାରେ