ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ

ବଲାଙ୍ଗିର ସଦର ମହାକୁମାରେ ଆଜି ପର୍ବାହ୍ନରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ ହୋଇଛି । କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ଲୋକଙ୍କ ସରକାର ଆସିବାର ସ୍ୱଳ୍ପ ଅବଧି ମଧ୍ୟରେ ଦୁଇ ଥର ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଏହାସହ ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱାଭାବିକ ମୃତୁ୍ୟ ସହାୟତା ୨ ଲକ୍ଷରୁ ୩ ଲକ୍ଷ ଏବଂ ଦୁର୍ଘଟଣା ଜନିତ ମୃତୁ୍ୟ ସହାୟତା ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି କରାଯାଇଛି ଯାହାକି ଶ୍ରମିକଙ୍କ ସାମାଜିକ ସୁରକ୍ଷା ଏବଂ ସାମଗ୍ରିକ ଉନ୍ନତିକୁ ସୁନିଶ୍ଚିତ କରିପାରିଛି । ଶ୍ରମିକମାନେ ହେଉଛନ୍ତି ବିକାଶ ର ମୁଖ୍ୟ ଆଧାର, ରାଜ୍ୟ ସରକାର ସେମାନଙ୍କ କଲ୍ୟାଣ ଓ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମୁଖ୍ୟ ଅତିଥି କହିଥିଲେ । ସେହି ପରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ରାଜ୍ୟର ସମସ୍ତ ଶ୍ରମିକ ସମଗ୍ର ଦେଶର ୨୯,୦୦୦ରୁ ଉର୍ଦ୍ଧ୍ୱ ସରକାରୀ ଓ ପଞ୍ଜୀକୃତ ଘରୋଇ ଚିକିସôାଳୟରେ ଚିକିସôାର ସୁବିଧା ପାଇପାରିବେ । ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିସôା ସହାୟତା ପାଇବେ । ସେହିପରି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ କିମ୍ବା ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକଙ୍କୁ ମିଳିତ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ବରିଷ୍ଠ ମହିଳାଙ୍କ ପାଇଁ ପରିବାର ପିଛା ବାର୍ଷିକ ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିସôା ସହାୟତା ହିତାଧିକାରୀଙ୍କୁ ମିଳିବ ବୋଲି ସେ କହିଛନ୍ତି । ସଭାରେ ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ  ଆନ୍ତର୍ଜାତିକ ଶ୍ରମ ଦିବସ ପାଳନର ତାତ୍ପର୍ଜ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରମିକ ମାନେ ସେମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ଅଧିକାର ସମ୍ପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ  । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ଡ ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ  । ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଆନ୍ତର୍ଜାତିକ ଶ୍ରମ ଦିବସ ପାଳନ ର ତାତ୍ପର୍ଜ୍ୟ ଓ ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ  । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବିବାହ ସହାୟତା ପାଇଁ ୮୬ ଜଣଙ୍କୁ  ୪୩,୦୦,୦୦୦ ଟଙ୍କା, ହିତାଧିକାରୀଙ୍କୁ ମୃତୁ୍ୟ କାଳୀନ ସହାୟତା ପାଇଁ ୧୬ ଜଣଙ୍କୁ  ୩୭,୦୦,୦୦୦ଟଙ୍କା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୧୪ ଜଣଙ୍କୁ ୭୦,୦୦୦ ଟଙ୍କା, ଶିଶୁ ଜନ୍ମ ସହାୟତା ବାବଦରେ ୦୮ ଜଣଙ୍କୁ ୮୦,୦୦୦ ଟଙ୍କା, ପାଠ ପଢା ସହାୟତା ବାବଦରେ ୧୩ ଜଣଙ୍କୁ ୯୮,୪୦୦ ଟଙ୍କା ସମୁଦାୟ ୧୩୭ ଜଣଙ୍କୁ ୮୨,୪୮,୪୦୦ ଟଙ୍କାର ସହାୟତା ରାଶି ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ବଣ୍ଟନ କରିଥିଲେ । ୨୦୦ ଜଣ ହିତାଧିକାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମିକ, ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ନବରଙ୍ଗପୁର: 
ନୁଆବନ୍ଧସାହି ସ୍ଥିତ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଓ ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡÿ ଅଧୀନରେ ଯୋଗ୍ୟ ବିବେଚିତ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ ସହ ନିର୍ମାଣ ଶ୍ରମିକ ମାନଙ୍କୁ ସଚେତନ କରାଗଲା । ଏହି ଅବସରରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ବିଧାୟକ ଝରିଗାଁ ନରସିଂହ ଭତରା, ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢ଼ୀ, ଲୋକସଭା ସାଂସଦଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ମଣ୍ଡଳ ଶ୍ରମ ଆୟୁକ୍ତ କୁବେର ବେହେରା, ଭାରତୀୟ ମଜଦୂର ସଂଘ ସଭାପତି ପରମେଶ୍ୱର ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ । ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତ୍ତା ବିଷ୍ଣୁ ବିଷୋୟୀ, ଖଗେଶ୍ୱର ବିଷୋୟୀ, ଅରୁଣ ପୂଜାରୀ, ରାମ ବିଷୋୟୀ, ସୁଜିତ୍ ହିଆଲ, ନରସିଂହ ନାୟକ, ପ୍ରସାଦ ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ୱାରା ଶ୍ରମିକ ମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । 
ଶ୍ରମ ବିଭାଗର ତଥ୍ୟ ଅନୁସାରେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧,୧୬,୫୭୯ ଜଣ ନିର୍ମାଣ ଶ୍ରମିକ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି । ୨୦୨୪-୨୫ ରେ ୧୧,୫୧୦ ଜଣ ପଞ୍ଜୀକୃତ ହୋଇଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ୪୨୧୬ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ୧୪,୧୨,୩୦,୨୦୦ ଟଙ୍କା ର ବିଭିନ୍ନ ସହାୟତା ପ୍ରଦାନ କରିଥିଲେ କରାଯାଇଛି । ୨୦୧୩ ରୁ ୩୧.୩.୨୦୨୫ ପର୍ୟ୍ୟନ୍ତ ୨୬,୦୦୬ ଜଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ୬୪,୫୦,୬୦,୨୦୪ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।୫୮ଜଣ ହିତାଧିକାରୀଙ୍କୁ ୪,୪୬,୦୦୦ଟଙ୍କା (ଶିକ୍ଷା ସହାୟତା), ୧୧୬ଜଣ ହିତାଧିକାରୀଙ୍କୁ ୫୮,୦୦,୦୦୦ ଟଙ୍କା (ବିବାହ ସହାୟତା), ୨୩ ଜଣ ହିତାଧିକାରୀଙ୍କୁ୨୩,୦୦,୦୦୦ ଟଙ୍କା/-(ପ୍ରସୂତିକାଳୀନ ସହାୟତା), ୩୨ଜଣ ହିତାଧିକାରୀଙ୍କୁ ୮୪,୦୦,୦୦୦ଟଙ୍କା (ମୃତୁ୍ୟ କାଳୀନ ସହାୟତା), ୫୫ଜଣ ହିତାଧିକାରୀଙ୍କୁ ୨,୭୫,୦୦୦ଟଙ୍କା (ଅନ୍ତ୍ୟେଷ୍ଟିକ୍ରିୟା) ସହାୟତା ସହାୟତା ରାଶି, ଏବଂ ୨ ଜଣ ଅଣସଙ୍ଗଠିତ ଶ୍ରମିକଙ୍କୁ ୪,୦୦,୦୦୦ଟଙ୍କା (ମୃତୁ୍ୟ କାଳୀନ ସହାୟତା) ସର୍ବ ମୋଟ ୨୮୪ ହିତାଧିକାରୀଙ୍କୁ ୧,୫୧,୫୧,୬୦୦ଟଙ୍କା (ନିର୍ମାଣ ଶ୍ରମିକ ସହାୟତା) ଡିବିଟି ମାଧ୍ୟମରେ ତାଙ୍କ ଜମା ଖାତାକୁ ପ୍ରଦାନ କରାଯାଉଛି । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ମୋଟ ୧୭ ଜଣ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ଡମି ଚେକ୍ ଏବଂ ୫୦ଜଣ ନୂତନ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ