ଲକ୍ଷ୍ମଣରେଖା ଟପୁଛନ୍ତି ବିରୋଧୀ : ସୁରେଶ ପୂଜାରୀ

ଭୁବନେଶ୍ୱର : ବିଧାନସଭା ବାରବାର ଅଚଳ ହେଉଥିବାରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଧାନସଭା ଭିତରେ ଓ ବାହାରେ ବିଜେଡ଼ି ଓ କଂଗ୍ରେସର ଆଚରଣ, ଉଚ୍ଚାରଣ ସଂସଦୀୟ ଗଣତନ୍ତ୍ରର ପରିପନ୍ଥୀ । ସେମାନେ ଲକ୍ଷ୍ମଣ ରେଖା ଟପୁଛନ୍ତି ବୋଲି ସେ କହିଛନ୍ତି ।
ସୁରେଶ କହିଛନ୍ତିଯେ, ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୧୮ ଦିନରେ ବିଧାନସଭା ୩୧ ଘଣ୍ଟା ଚାଲିପାରିନାହିଁ । ସମାଧାନ ପାଇଁ ବାଚସ୍ପତି ୩ ଥର ସର୍ବଦଳୀୟ ବୈଠକ ଡାକିଛନ୍ତି । ଲୋକଙ୍କ ଟିକସରେ ବିଧାନସଭା ଚାଲୁଛି । କଂଗ୍ରେସର ଏଭଳି ଆଚରଣକୁ ଓଡ଼ିଶାବାସୀ କ୍ଷମା ଦେବେନାହିଁ । ୮୨ ବିଧାନସଭା ଆସନରେ କଂଗ୍ରେସ ୫ ହଜାର ବି ଭୋଟ ପାଇପାରିନି । ୨୦ ବିଧାନସଭା ଆସନରେ ରେ ନୋଟା ଠାରୁ କମ୍ ଭୋଟ୍ ପାଇଛି । ଭଲ ପ୍ରସଙ୍ଗ ଉଠାଅ, ନହେଲେ ପରବର୍ତ୍ତୀ ନିର୍ବାଚନରେ ଏକ ଅଙ୍କକୁ ଆସିଯିବ ବୋଲି ସୁରେଶ କହିଛନ୍ତି ।
ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଥିଲେଯେ, ବିଧାନସଭାର କାର୍ଯ୍ୟ ଅବରୋଧ ହେଉଛି । ମହିଳା ବାଚସ୍ପତିଙ୍କ ଆଗରେ ହୁଇସିଲ ବଜାଇବା, ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିବା, ମାଇକ ଛଡ଼ାଇବାର ପ୍ରୟାସ କରିବା, ଲମ୍ବା ତୂରୀ, ଘଣ୍ଟ ବଜାଇବା ସଂସଦୀୟ