ମୋଟର ସାଇକେଲକୁ ପିଟିଲା ସ୍କର୍ପିଓ : ଗୋଟିଏ ପରିବାରର ୩ ଗୁରୁତର

ବାଲିଅନ୍ତା : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କୌଶଲ୍ୟାଗଙ୍ଗ ଫାଣ୍ଡି ସିଫା ନିକଟରେ ଏକ ସ୍କର୍ପିଓ ଧକ୍କାରେ ଗୋଟିଏ ପରିବାର ୩ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଢେଙ୍କାନାଳ ଜିଲ୍ଲାର ଶିଶିର ଜେନା, ପନôୀ ମାନସୀ ଦେଉରୀ ଏବଂ ପୁଅ ସୂର୍ଯ୍ୟାଂଶୁ ଜେନା । ମାତ୍ର ସମସ୍ତେ ଭରତପୁରରେ ରହୁଥିଲେ । ଖବରନେବାରେ ଜଣାପଡିଛି ଶିଶିର ଏକ ମୋଟର ସାଇକଲ ଯୋଗେଁ ପନôୀ ମାନସୀ ଓ ପୁଅ ସୂର୍ଯ୍ୟାଂଶୁଙ୍କୁ ନେଇ ପୁରୀରୁ ଫେରୁଥିଲେ । ଅପରାହ୍ନ ପ୍ରାୟ ୪ ଟାରେ ସିଫା ସମ୍ମୁଖରେ ଏକ ସ୍କର୍ପିଓ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକଟି ନିକଟସ୍ଥ ନୟନଯୋରୀରେ ପଡିଯାଇଥିବା ବେଳେ ସେମାନେ ରାସ୍ତାରେ ଛିଟିକି ପଡ଼ିଥିଲେ । ଫଳରେ ଶିଶିରଙ୍କ ଅଣ୍ଟା ଓ ମାନସୀଙ୍କ ପେଣ୍ଡାରେ ସ୍କର୍ପିଓ ଚଢିଯାଇଥିଲା । ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ଚିକିସôା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଖବରପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ମୋଟର ସାଇକଲକୁ ଉଦ୍ଧାର କରିଥିବା ବେଳେ ସ୍କର୍ପିଓଟି ଫେରାର ହୋଇଥିବା ଜଣାପଡିଛି ।