ମହଙ୍ଗା ଭତ୍ତା ୩% ବଢିଲା

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ମହଙ୍ଗା ଭତ୍ତାକୁ ୩% ବୃଦ୍ଧି କରିଛନ୍ତି। ଆଜି କ୍ୟାବିନେଟ ବୈଠକ ପରେ ଏହି ଘୋଷଣା କରାଯାଇଛି। ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର। ଏହି ବୃଦ୍ଧି ସହ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ୫୩%କୁ ବୃଦ୍ଧି ହୋଇଛି। କେନ୍ଦ୍ର ଅଧୀନରେ କାର୍ୟ୍ୟ କରୁଥିବା ସମସ୍ତ ସରକାରୀ କର୍ମଚାରୀ ଏହି ସୁବିଧା ପାଇବେ।ଏହାର ଅର୍ଥ ଅକ୍ଟୋବର ମାସର ଦରମା ମହଙ୍ଗା ଭତ୍ତା ସହ ମିଳିବ। ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ। ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ। ସେମାନଙ୍କର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି।