କାଳବୈଶାଖୀରେ ଜଣେ ମୃତ, ୪ ଗୁରୁତର

ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି: କାଳ ବୈଶାଖୀରେ ଜଣକ ଜୀବନ ଯାଇଛି  । ମୃତକ ହେଲେ ସୋମନାଥ ଜାନି  । ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ପ୍ରକାରେ ତେନ୍ତୁଳିଖୁଣ୍ଟି ବ୍ଳକ୍ ଅମଳାଭଟ୍ଟା ପଞ୍ଚାୟତ ଅନ୍ତର୍ଗତ ବାରିଗୁଡ଼ା ଗାଁ ପାଖରେ ଇଟା ଭାଟିରେ କାମ କରୁଥିବା ସମୟରେ ଏହି ଅଘଟଣ ଘଟିଛି । ବର୍ଷା ପାଣିପାଗକୁ ଦେଖ୍ ଇଟାଭାଟିରେ କାମ କରୁଥିବା ୫ ଜଣ ଭାଟିକୁ ପଲିଥନ ଘୋଡାଉଥିବା ସମୟରେ ଚଡକ ପଡିଥିବା ଜଣାପଡିଛି । ହଠାତ୍ କାଳ ବୈଶାଖୀ ହେବାରୁ ବିଜୁଳି ଝଟକାରେ ସୋମନାଥ ଜାନୀ (୫୫) ଟଳି ପଡିଥିଲେ । ଅନ୍ୟ ୪ ଜଣ ପ୍ରବିଣ ହରିଜନ (୪୮),କେଶବ ଜାନୀ (୪୦),ସୂକ୍ଷ୍ମନ ଗୌଡ (୪୫) ଓ କମଳୁ ଜାନୀ (୪୫)ଙ୍କୁ ଗୁରୁତ୍ୱର ଅବସ୍ଥାରେ ସଙ୍ଗେ ସଙ୍ଗେ ଡାକ୍ତର ଖାନାରେ ଆମ୍ବୁଲେନ୍ସ ଯୋଗେ ଅଣାଯାଇଥିଲା  । ମୃତ ସୋମନାଥଙ୍କ ମର ଶରୀରକୁ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି । ଏହି ଘଟଣା ପ୍ରସାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଏହି ଦୁଃଖଦ ବାର୍ତ୍ତା ଶୁଣିବା ପରେ ଆମ୍ବୁଲେନ୍ସର ବ୍ୟବସ୍ଥା କରିବା ସହ ପରିବାରବର୍ଗଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇ ସମବେଦନା ଜଣାଇଛନ୍ତି । ଏଥି ସହ ସରକାର ଓ ପ୍ରଶାସନ ତରଫରୁ ସୁବିଧା ଯୋଗାଇ ଦେବାକୁ କହିଛନ୍ତି । ତେନ୍ତୁଳିଖୁଣ୍ଟି ତହସିଲଦାରଙ୍କ ନିଦେ୍ର୍ଦଶ କ୍ରମେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି  ।