ସ୍ୱାମୀଙ୍କ ମୃତୁ୍ୟ; ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

 କୁଆଖିଆ : କୁଆଖିଆ ଥାନା ଅନ୍ତର୍ଗତ ଓଡିଶୋ ପଞ୍ଚାୟତ ଅର୍ତିଆ କୁସୁନପୁରର ବିଶ୍ୱନାଥପୁର ଗ୍ରାମରେ ଜଣେ ଯୁବକଙ୍କ ମୃତୁ୍ୟକୁ ନେଇ କୁଆଖିଆ ଥାନାରେ ହତ୍ୟା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମର ଦାମ ନାୟକଙ୍କ ପୁଅ କାଳନ୍ଦି (୪୫) ରାଜମିସ୍ତ୍ରୀ ଭାବରେ କାମକରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟା ସମୟରେ କୈାଣସି କାରଣକୁ ନେଇ ମୃତୁ୍ୟ ଘଟିଥିଲା । ଘଟଣାରେ ସ୍ୱାମୀ କାଳନ୍ଦିକୁ ଶଶୁର ଦାମ ନାୟକ, ଯାଆ ଏବଂ ଶାଶୁ ମିଶି ମାରିଦେଇ ଫ୍ୟାନ୍ରେ ଟାଙ୍ଗି ଦେଇଥିବା ମୃତ କାଳନ୍ଦିର ସ୍ତ୍ରୀ କାଂଚନ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ଭାରତୀୟ ନ୍ୟାୟ ସଂହିତା କେସ୍ ନଂ- ୨୦୨/୨୫, ଦଫା -୮୫, ୧୧୫, ୨୯୬, ୧୦୩, +୫ ରେ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ କାଂଚନର ଶଶୁର ଏବଂ ଯାଆଙ୍କୁ ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରୁଥିବା ବେଳେ ମୃତ କାଳନ୍ଦିର ୭ବର୍ଷର ଝିଅ ଏବଂ ବର୍ଷକର ପୁଅ ଥିବା ଜଣାପଡିଛି ।