ବାଘୁଆ ଗ୍ରାମ ପାଲଟିଛି ଗଞ୍ଜେଇ ବେପାରୀଙ୍କ ହବ୍
ନିଆଳି: କଣ୍ଟାପଡା ବ୍ଲକ୍ ଓଲଟପୁର ଥାନା ଅଧିନସ୍ଥ କଣ୍ଟାପଡା ପଞ୍ଚାୟତ ବାଘୁଆ ଗ୍ରାମ ସତେ ଯେମିତି ପାଲଟିଛି ନିଶା ବେପାରୀଙ୍କ ପେଣ୍ଠସ୍ଥଳୀ । ଗଞ୍ଜେଇ, ମଦ, ବ୍ରାଉନ୍ ସୁଗାର, ଭାଙ୍ଗ ଖୁଲମ୍ଖୁଲା ବିକ୍ରି ହେଉଛି । ବିଶେଷ କରି ଗଞ୍ଜେଇର ହବ୍ ପାଲଟିଛି ବାଘୁଆ ଓଲଟପୁର ଥାନା ଠାରୁ ମାତ୍ର ୧ କିମି ଦୂରରେ । ବାଘୁଆ ଗ୍ରାମରେ ଏଭଳି ନିଶା କାରବାର ଜୋରସୋର ବିକି୍ର ହେଉଥିବା ବେଳେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ସ୍ଥାନୀୟ ପୋଲିସ୍ ମୋଟା ଅଙ୍କର ଚାନ୍ଦା ନେଇ ନିଶା ବେପାରୀଙ୍କୁ ଘଣ୍ଟ ଘୋଡାଉଥିବା ବାରମ୍ବାର ଅଭିଯୋଗ ହେଉଛି । ହେଲେ ପୋଲିସ୍ ସେଭଳି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ଜିଲ୍ଲା ଅବକାରୀ ବିଭାଗ ଏହି ନିଶା ବେପାରୀଙ୍କ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛନ୍ତି । ଏଠାରେ ସୂଚନା ଥାଉକି ଏହି ଅଞ୍ଚଳରେ ବହୁ ଇଟାଭାଟି ଥିବାରୁ ଶ୍ରମିକ ଶ୍ରେଣୀର ଲୋକମାନେ ନିଶା ସେବନ ପାଇଁ ପଛଘୁଞ୍ଚା ନେଉ ନାହାଁନ୍ତି । ଉକ୍ତ ଅଞ୍ଚଳରେ ଏହି ନିଶା କାରବାରକୁ ନେଇ ବହୁ ଅପରାଧ ଘଟିଯାଇଛି । ଏମିତିକି ମଣିଷକୁ ମାରି ଦିଆଯାଇଥିବା ସଙ୍ଗୀନ ଘଟଣାମାନ ଘଟି ଯାଇଛି ।