ରାଜଧାନୀରେ କୁକୁର ଗଣନା ହେବ : ମେୟର

ରାଜଧାନୀରେ କୁକୁର ଗଣନା ହେବ : ମେୟର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏପରି କି କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ଏନେଇ BMC ପାଖରେ ସବୁ ତଥ୍ୟ ରହିବ। ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ସବୁ ତଥ୍ୟ ରହିବ। କୁକୁରଙ୍କ ବନ୍ଧ୍ର଼୍ୟାକରଣ ଏବଂ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ।