ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଟାର୍ଗେଟ୍
Dharmendra Pradhan Pranab Prakash Dash

‘ସମ୍ବଲପୁରବାସୀଙ୍କ ପାଖେ ଅଛି ବିଫଳତାର ଚିଠା’
ଭୁବନେଶ୍ୱର : ସମ୍ବଲପୁର ଉପରେ ଏବେ ସାରା ଓଡ଼ିଶାର ନଜର । ରାଜ୍ୟ ରାଜନୀତିର ଦୁଇ ହେଭିୱେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁହାଁମୁହିଁ ହୋଇଛନ୍ତି । ନିର୍ବାଚନ ପ୍ରଚାର ଜୋର ଧରିଥିବାବେଳେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଣବ ।
ଏକ୍ସରେ ପ୍ରଣବ ପୋଷ୍ଟ କରି ଉଲ୍ଳେଖ କରିଛନ୍ତିଯେ, ଧର୍ମେନ୍ଦ୍ର ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ ୫୫ରୁ ଦୂରାବସ୍ଥା ଯୋଗୁଁ ୨ ଶହରୁ ଅଧିକ ଦୁର୍ଘଟଣାରେ ୪ ଶହରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି । କାହା ପାଇଁ ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ । ଏହାଠାରୁ ବଡ଼ ବିଫଳତା ଆଉ ହୋଇପାରେ ? କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ । ଯାହାଙ୍କର ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ରହିଛି । ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ’ ବୋଲି ବବି ଉଲ୍ଲେଖ କରିଛନ୍ତି ।