କିପରି ଜାଣିବେ , ପିଲାମାନଙ୍କ ମଧୁମେହ ଲକ୍ଷଣ

ମୋଟାପଣ ଏକ ରୋଗ ନୁହେଁ, ମାତ୍ର ଏହା ଅନେକ ରୋଗର
କାରଣ। ଏଥିପାଇଁ ସ୍ଥିର ଜୀବନଶୈଳୀ ମୁଖ୍ୟତଃ ଦାୟୀ।
ପିଲାମାନଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି। ଫାଷ୍ଟ୍ଫୁଡ୍, ଆରାମଦାୟକ ଜୀବନଶୈଳୀ ଏବଂ ଖେଳକୁଦ ନକରିବା କାରଣରୁ ଛୋଟପିଲାଙ୍କ ମେଦବହୁଳତା ବୃଦ୍ଧି ପାଉଛି। ଏହି
କାରଣରୁ, ଅଳ୍ପ ବୟସରେ ମଧୁମେହ ପରି ବିପବିଜ୍ଜନକ ରୋଗ ମାଡ଼ି ବସୁଛି। କେବଳମଧୁମେହ ନୁହେଁ,ମେଦବହୁଳତା କାରଣରୁ ଅନ୍ୟ ରୋଗ ମଧ୍ୟ ଦ୍ରୁତ ଗତିରେତି ବୃଦ୍ଧି ପାଉଛି। ତେବେ ଛୋଟପିଲାଙ୍କ ମଧୁମେହ ଲକ୍ଷଣ କେମିତି ଜାଣିବେ ,
ଜାଣନ୍ତୁ...
ଡାକ୍ତରଙ୍କ କହିବା ଅନୁସାରେ, ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କ ପାଇଁ ମଧୁମେହ ଅଧିକ ବିପବି ଜ୍ଜନକ ହୋଇପାରେ।
ତେଣୁ ସେମାନଙ୍କ ଯତ୍ନ ନେବା ନିହାତି ଆବଶ୍ୟକ। ଯଦି ଏହା ଠିକ ସମୟରେ ନିୟନ୍ତ୍ରିତ ନହୁଏ, ତେବେ ବୟସ ବଢ଼ିବା ସହିତ ସମସ୍ୟା ବଢିବ। ଫଳରେ ପିଲାମାନଙ୍କ ହାର୍ଟ ଉପରେ ପ୍ରଭାବ ପଡ଼ିପାରେ।
ଠିକ୍ ସମୟରେ ଚିକିତ୍ସା କରାଯିବା ଉଚିତ୍।
ପିଲାମାନଙ୍କ ମଧୁମେଧୁ ଲକ୍ଷଣ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି,ବାରମ୍ବାର ପରିସ୍ରା କରିବାକୁ ଯାଉଛି,
ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେଧୁର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି, ତେବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ଏହି ଲକ୍ଷଣଗୁଡିଗୁଡିକ ଠିକ ସମୟରେ ଚିହ୍ନଟ କରାଗଲେ ଚିକିତ୍ସା କି ସହଜ ହୋଇପାରିବ। ପିଲାମାନଙ୍କ ରକ୍ତ ଶର୍କରା ସ୍ତର ଯାଞ୍ଚ କରିବାକୁମଧ୍ୟ
ସ୍ୱାସ୍ଥ୍ୟ ବିଶେବି ଷଜ୍ଞ ପରାମର୍ଶ ଦିଅନ୍ତି।
କିପରି କରିବେ ପିଲାମାନଙ୍କ ମଧୁମେହ ନିୟନ୍ତ୍ର
ମଧୁମେହକୁ ନିୟନିନ୍ତ୍ରଣରେ ରଖିବା ପାଇଁ ପିଲାମାନଙ୍କର ଜୀବନଶଳୀରେ ପରିବର୍ତ୍ତନର୍ତ୍ତ ଆଣନ୍ତୁ ।
ପ୍ରତିଦିନ ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତୁ ।
ପିଲାମାନଙ୍କ ସ୍କ୍ରିନ ସମୟ ହ୍ରାସ କରନ୍ତୁ । ଯେମିତିକି ମୋବାଇଲ୍ କିମ୍ବା କି ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଠାରୁ ଦୂରେଇ
ରଖିବାକୁଚେଷ୍ଟା କରନ୍ତୁ ।
ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଫାଷ୍ଟଫୁଡ ଖାଇବା ଠାରୁ ଦୂରରେ ରୁଖନ୍ତୁ ।
ଯଦି ପରିବାରର କେହି ମଧୁମେହରେ ଆକ୍ରାନ୍ତ, ତେବେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।