୮ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ମନା

୮ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ମନା

ଭୁବନେଶ୍ୱର : ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ କଠୋର  ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଆଜି ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସଙ୍କୁ ତୁରନ୍ତ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । କେନ୍ଦ୍ରାଂଚଳ ରେଞ୍ଜ ପୁଲିସ୍ ଆଇଜି ଆଶିଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୬ ପୁଲିସ ଏସପିଙ୍କ ବିଶ୍ୱସନୀୟତା ଉପରେ ସନେ୍ଦହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତକ୍ରାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଏହି ଅଫିସରମାନଙ୍କ ସ୍ଥାନରେ ୩ ଜଣ ଲେଖାଏଁ ଯୋଗ୍ୟ ଅଫିସରଙ୍କ ନାଁ ଆଜି ଅପରାହ୍ନ ୫ଟା ସୁଦ୍ଧା ପଠାଇବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପଠାଇଛନ୍ତି ।  ସୂଚନା ଅନୁସାରେ ନିର୍ବାଚନ କମିଶନଙ୍କ ସଚିବ ରାକେଶ କୁମାର ଆଜି  ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ୮ ଜଣ ସର୍ବଭାରତୀୟ ଅଫିସରଙ୍କ ତାଲିକା ପଠାଇ ସେମାନଙ୍କୁ ତୁରନ୍ତ ବଦଳି କରି ଅଣ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ନିର୍ବାଚନ କମିଶନ ନିଦେ୍ର୍ଦଶ ଦେଇଥିବା ମୁଖ୍ୟ ସଚିବଙ୍କୁ ଅବଗତ କରିଛନ୍ତି । ଏହି ଅଫିସରଙ୍କ ମଧ୍ୟରେ ଦ୍ଭ ୭ ପୃଷ୍ଠ