ନଡପୁର- ଆଗ୍ରିଆ ରାସ୍ତାରେ ହାତୀପଲ
ବେତନଟୀ: ବେତନଟୀ ରେଞ୍ଜ ଅଧୀନ ଦଲକି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ୫୫ଟି ହାତୀପଲ । ସ୍ପଷ୍ଟ ଦିବାଲୋକରେ ରାସ୍ତା ଅତିକ୍ରମ କରୁଥିବାରୁ ନଡପୁର-ଆଗ୍ରିଆ ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ସୂଚନା ମୁତାବକ ମୁଖ୍ୟଦଳରୁ ଅଲଗା ହୋଇ ୧୫ଟି ହାତୀ ଦଲକି, ଫୁଲଝରି, କ୍ଷୀରୀପଦା ଜଙ୍ଗଲରେ ବିଚରଣ କରୁଥିବାବେଳେ ମଙ୍ଗଳବାର ଭୋର ୪ଟି ହାତୀ ବଗଲପୁରଠାରେ ରେଳପଥ ଓ ୧୮ ନଂ ଜାତୀୟ ରାଜପଥ ଅତିକ୍ରମ କରି ଦଲକି ଜଙ୍ଗଲରେ ପ୍ରବେଶ କରିଥିଲେ । ମଙ୍ଗଳପାର ଅପରାହ୍ନ ପରେ ହାତୀପଲ ଅତିକ୍ରମ କରିବା ଆରମ୍ଭ କରିଥିଲେ । ଦଳରେ ଛୁଆ ହତୀ ଥିବାରୁ ସୁରକ୍ଷା ଦୃଷ୍ଟିରୁ ବିଶାଳ ଦନ୍ତା ଓ ମାଈହାତୀ ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲେ । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ହାତୀଶାବକ ସମେତ ଅନ୍ୟ ହାତୀ ରାସ୍ତା ଅତିକ୍ରମ କରିଥିଲେ । ହାତୀପଲକୁ ଦେଖି ବାଇକ ଓ ସାଇକେଲ ଆରୋହୀ ଭୟଭୀତ ହୋଇଯାଇଥିଲେ ।