ଶିଶୁ ପତ୍ରିକା ‘ଶୁଭ ସକାଳ'ର ବାର୍ଷିକ ଉତ୍ସବ
ଧର୍ମଶାଳା: ରବିବାର ଶିଶୁ ପତ୍ରିକା ‘ଶୁଭ ସକାଳ'ର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉସôବକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଉଦଘାଟନ କରି ସାହିତି୍ୟକମାନେ ଏକତ୍ରିତ ହୋଇ ସାହିତ୍ୟର ବିକାଶ କଲେ ତାହା ରାଜ୍ୟ ପ୍ରସାରୀ ହୋଇପାରିବ ବୋଲି କହିଥିଲେ । ବିଶିଷ୍ଟ ଶିଶୁ ସାହିତି୍ୟକ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପ-ସଭାପତି ମିନତୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ସାହିତି୍ୟକ ଡ଼କ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ, ଡାକ୍ତର ମଞ୍ଜୁବାଳା ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶିଶୁ ପତ୍ରିକା ‘ଶୁଭ ସକାଳ'କୁ ଅତିଥି ଉନ୍ମୋଚିତ କରିଥିଲେ । ସେହିପରି ଶିଶୁ କବି ରନôାକର ନାୟକଙ୍କ 'କଟର କଟର କେଁ' ଡ଼କ୍ଟର ଚିତ୍ତରଞ୍ଜନ ମହାନ୍ତିଙ୍କ 'ଧନ ପାଇଁ ନାନା ବାୟା ଗୀତ' ଅଧ୍ୟାପକ ସୁନାକର ଦାସଙ୍କ ‘ଗପ ପଢ଼ିବା ମଣିଷ ହେବା’ ଗାଳ୍ପିକ ପ୍ରହଲ୍ଲାଦ ପଣ୍ଡାଙ୍କ 'ବିବେକର ଜୟ' ଓ ଗାଳ୍ପିକ ବ୍ରଜବନ୍ଧୁ ଶତପଥୀଙ୍କ 'ଆମ ପୁରାଣ' ପୁସ୍ତକ ଲୋକାର୍ପିତ କରିଥିଲେ ଅତିଥି । କବି ପଦ୍ମଜା ଶରଣ ଓ କବି ପ୍ରେମଲତା ମହାରଣା ସଂଯୋଜନା କରିଥିଲେ । ଇନର ହୁଇଲ୍ କ୍ଲବ ପୂର୍ବତନ ସଭାନେତ୍ରୀ ମାଧୁରୀ ଶତପଥୀ, ସାହିତି୍ୟଜ ବଳଭଦ୍ର ଦାଶ, କାଦମ୍ବିନୀ ମିଶ୍ର, ପ୍ରତିଭା ମଞ୍ଜରୀ ଦାଶ, ସବିତା ମିଶ୍ର, ନିରୁପମା ସ୍ୱାଇଁ, ଗଣେଶ୍ୱର ବେହେରା, ରୁଦ୍ରପ୍ରତାପ ପଣ୍ଡା, ଡ଼କ୍ଟର ସୁନାକର ସାହୁ ହୃଷୀକେଶ ସାମଲ ପ୍ରମୁଖ ମାନପତ୍ର ପାଠ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଡ଼କ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ, ଡ଼କ୍ଟର ମଞ୍ଜୁବାଳା ପଣ୍ଡା, କବି ବିପିନ କୁମାର ରାୟ, ଡ଼କ୍ଟର ରବି ନାରାୟଣ ସାହୁ, କବି ପ୍ରଭାତୀ ରାଉତ, ଓ କବି ରବି ଶତପଥୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼.ଚିତରଂଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ସଂପାଦକ ବ୍ରଜବନ୍ଧୁ ଶତପଥୀ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଛାତ୍ର ଶିବାଂଶ ପଣ୍ଡା ମଙ୍ଗଳାଚରଣ ପାଠ କରିଥିଲେ । ଅଧ୍ୟାପକ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଦେଇଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
