ବୃତ୍ତି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଯାଜପୁର ଟାଉନ୍: ଯାଜପୁର ପୌରାଞ୍ଚଳ ମହାବୀର ଛକ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅପର୍ଣ୍ଣା ମୁଦୁଲି ଚଳିତ ବର୍ଷ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସପ୍ତମ ସ୍ଥାନ ଅଧିକାର କରିଥିବାବେଳେ ବିଦ୍ୟାଳୟର ଅନୁପ ଧଳ ଓ ଗୁରୁ ପ୍ରସାଦ ରାଉତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଯାଜପୁର ପୌରାଞ୍ଚଳ ବିଦ୍ୟାଳୟ ମଧ୍ୟରେ ଚତୁର୍ଥ ଓ ସପ୍ତମ ସ୍ଥାନରେ ରହି କୃତକାର୍ଯ୍ୟ ହେବା ସହ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଛାତ୍ରଛାତ୍ରୀଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସୁଚିତ୍ରା ସାମଲ, ବନଶ୍ରୀ ମହାନ୍ତି, ଅପାରି ଅପରାଜିତା ଧଳ ଓ ପୂର୍ଣ୍ଣିମା ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହ୍ଲାଦ ମିଶ୍ର, ପୂର୍ବତନ ପ୍ରଧାନଶିକ୍ଷକ କାହ୍ନୁ ଚରଣ ମହାନ୍ତି ସମେତ ପିତାମାତା, ଜେଜେ ମା’ଙ୍କୁ ଶ୍ରେୟ ଦେଇଛନ୍ତି । ସେହିପରି ୨୦୨୨-୨୩ ଶିକ୍ଷାବର୍ଷର ପଠାଣି ସାମନ୍ତ ମେଧାବୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ମେଧା ପରୀକ୍ଷାରେ ପୂର୍ଣ୍ଣିମା ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅଞ୍ଜଳି ଜେନା ପଠାଣି ସାମନ୍ତ ମେଧା ବୃତ୍ତି ପାଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି ।