ମାଣ୍ଡୁକା ପାହାଡ ମୋରମ ଲୁଟ ଘଟଣା , କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ ଦେଲେ ସରକାର
ାା ପ୍ରଭାନୁ୍ୟଜ୍ ।ା ଯାଜପୁର: ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡରୁ ଚାଲିଥିବା ମୋରମ ଲୁଟ୍ ଘଟଣାର ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ରାଜ୍ୟ ସରକାର । ଇସ୍ପାତ ଓ ଖଣି ବିଭାଗ ତରଫରୁ ନିଦେ୍ର୍ଦଶକ ଲଘୁଖଣିଜ ଦ୍ରବ୍ୟ ଏବଂ ଜିଲାପାଳଙ୍କ ଯାଜପୁରଙ୍କୁ ପତ୍ର ନଂବର-୮୩୧୮ ତା୨୫ା୯ା୨୪ ପ୍ରଦାନ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ଖବରରୁ ପ୍ରକାଶ, ମାଣ୍ଡୁକା ପାହାଡରୁ ମୋରମ ଲୁଟ୍ ନେଇ ବଡଚଣାର ଗୋଟିଏ ପ୍ରତିନିଧି ଦଳ ପାହାଡ ପର୍ବତ ସୁରକ୍ଷା ମଞ୍ଚ ସଭାପତି ସତୀଶ ବିଶ୍ୱାଳଙ୍କୁ ସାକ୍ଷାତକରି ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ । ଏହାପରେ ସତୀଶ ଗତ ୧୫ ତାରିଖରେ ଏଥିନେଇ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ସତୀଶ ନିଜର ପତ୍ରରେ ଦର୍ଶାଇଛନ୍ତି ଯେ, ଏଠାରୁ ଦୈନିକ ଲକ୍ଷଲକ୍ଷ ଟଙ୍କାର ମୋରମ ଲୁଟ୍ କରୁଛନ୍ତି । ଯାହା ଫଳରେ ସରକାରଙ୍କୁ ବଦନାମ ହେବାକୁ ପଡ଼ୁଛି । ଦର୍ପଣ ତହସିଲର ମାଣ୍ଡୁକା ମୌଜାର ଖାତା ନମ୍ବର-୧୩୪୯ ପ୍ଲଟ ନମ୍ବର-୩୬୧୧, କିସମ-ପର୍ବତର ୧୨ଏକରରୁ ମୋରମ ଉତୋଳନ ପାଇଁଲିଜ ଦିଆଯାଇଛି । ବାର୍ଷିକ ମାତ୍ର ୩ ହଜାର କୁ୍ୟବିକ ମିଟର ମୋରମ ନେବା ପାଇଁ ଅନୁମତି ମିଳିଛି । ହେଲେ ପ୍ରତି ସପ୍ତାହରେଏଠାରୁ ପ୍ରାୟ ୫ହଜାର କୁ୍ୟବିକ ମିଟର ମୋରମ ଲୁଟ୍ ହେଉଛି । ଖାଦାନ ଏରିଆ ଭିତରୁ ଯେତିକି ମୋରମ ଚାଲାଣ ହୋଇଛି, ଲିଜଏରିଆ ବାହାରୁ ତତୋଧିକ ମୋରମ ଲୁଟ୍ ହୋଇଛି । ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ ଏଥିନେଇ ଲିଜ ନେଇଥିବା ବ୍ୟକ୍ତି ହିଁ ଦାୟୀ । ଏହି ପାହାଡର ଐତିହାସିକ ଏବଂ ପୌରାଣିକ ଗୁରୁତ୍ୱ ରହିଛି । ଏଠାରୁ ମୋରମ ଲୁଟ ପାହାଡ ଧ୍ୱଂସ ହେବା ଫଳରେ ସ୍ଥାନୀୟ ଅଂଚଳର ବ୍ୟାପକ ବିଭିନ୍ନ ପ୍ରକାର କ୍ଷତି ହେଉଛି । ଏଥିନେଇ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ଦିନକୁ ଦିନବୃଦ୍ଧି ପାଉଛି । ମାଇନିଂ ପ୍ଲାନକୁ ଉଲଂଘନ କରାଯାଇଏଠାରୁ ସଂପୂର୍ଣ୍ଣ ବେଆଇନ ଭାବେ ମୋରମ ଉଠାଯାଉଛି । ଅତ୍ୟଧିକ ନଦୀ ପରି ବିରାଟ ଗର୍ତକରାଯାଇ ମୋରମ ଉତୋଳନ କରାଯାଉଛି । ଏହି ପାହାଡଟି ଜଙ୍ଗଲ ବିଭାଗ ଅଧୀନରେ ରହିବା କଥା ବୋଲି ସାଧାରଣରେ ଦାବି ରହିଛି । ଅତୀତରେ ଧର୍ମଶାଳାର ବାଘୁଆ ଜଙ୍ଗଲ କିସମ ପାହାଡରୁ ବର୍ଷବର୍ଷ ଧରି ତହସିଲ ଓ ପରେ ଖଣିବିଭାଗ ତରଫରୁ ଲିଜ୍ ଦିଆଯାଇ କଳାପଥର ଚାଲାଣ ଚାଲିଥିଲା । ହେଲେ ମୋର ଆନେ୍ଦାଳନ ପରେ ସରକାର ବାଧ୍ୟ ହୋଇଏହାର ମୂଳରେ କର୍ଡକ ୁନେଇ ଅନୁଧ୍ୟାନ କରିଥିଲେ । ପରେ ବାଘୁଆ ପାହାଡ ଜଙ୍ଗଲ କିସମ ବୋଲି ପ୍ରମାଣିତ ହେବା ସହ ମାଫିଆଙ୍କ କବଳରୁ ମୁକ୍ତ ହୋଇଥିଲା । ଏହି ପାହାଡ଼ ସ୍ୱାଧୀନ ହେଲା ବୋଲି ପାହାଡ ଉପରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରିଥିଲୁ । ଜାତୀୟ ରାଜପଥ କାର୍ଯ୍ୟ କରୁଥିବା ରାଜ୍ୟ ବାହାରର କମ୍ପାନୀ ଏହି ଲୁଟରେ କାର୍ପଟଦାର ସାଜିଛନ୍ତି । ଏହା ଓଡିଆ ଅସ୍ମିତାକୁ ଆଘାତ ଦେଉଛ ିବୋଲି ସତୀଶ ଦର୍ଶାଇଥିଲେ । ଏଥିପାଇଁ ଜାତୀୟ ରାଜପଥରେ ବେଆଇନ ମୋରମ ବ୍ୟବହାର ନେଇ ମଧ୍ୟ ଚଦନ୍ତ କରିବାକୁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି ।