ଦୁଇ ଦିନରେ ମିଳିଥିଲା ମୃତଦେହ : ଆଉ ଏକ ଦନ୍ତାର ମୃତ୍ୟୁ

ଦୁଇ ଦିନରେ ମିଳିଥିଲା ମୃତଦେହ : ଆଉ ଏକ ଦନ୍ତାର ମୃତ୍ୟୁ

ରାଜ୍ୟରେ ଚିନ୍ତା ବଢ଼ାଉଛି ହାତୀ ମୃତ୍ୟୁ । ଦିନକ ବ୍ୟବଧାନରେ ନରସିଂହପୁରରେ ଆଉ ଏକ ଦନ୍ତାହାତୀର ମୃତ୍ୟୁ । ଦୁଇଦିନ ତଳେ ବରସିଙ୍ଗା ଖେସେରା ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ଏବେ ଦେବଭୂମି ରିଜର୍ଭ ଫରେଷ୍ଟ ଅନ୍ତର୍ଗତ ଦଲକ ବିଟର କମ୍ପାଟମେଣ୍ଟ-୧୦ରେ ଆଉଏକ ଛୁଆ ଦନ୍ତାହାତୀର ମୃତ୍ୟୁ ଉପରେ ଉଠିଲା ପ୍ରଶ୍ନ ।

ହାତୀଟିର ବୟସ ୫ବୋଲି କୁହାଯାଉଛି । ହାତୀ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ। ସୂଚନା ଅନୁସାରେ, ନରସିଂହପୁର ଜଙ୍ଗଲରେ ଦିନକୁ ଦିନ ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି । ଦୁଇଦିନ ତଳେ ବରସିଙ୍ଗା ଖେସେରା ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୁତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବନବିଭାଗର କାର୍ଯ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ଆସନ୍ତୋଷ ଦେଖାଦେଇଛି ।