୭ଟନ୍ ନକଲି ଆମ୍ବ ଜବତ, କେମିତି ହେଉଛି ପ୍ରସ୍ତୁତି ଜାଣନ୍ତୁ

୭ଟନ୍ ନକଲି ଆମ୍ବ ଜବତ, କେମିତି ହେଉଛି ପ୍ରସ୍ତୁତି ଜାଣନ୍ତୁ

ନୂଆଦିଲ୍ଲୀ : ଆଜିକାଲି ବଜାରରେ ଆପଣ ଆମ୍ବ ବିକ୍ରି ହେଉଥିବା ଦେଖିଥିବେ ନିଶ୍ଚୟ । ଖରାଦିନେ ଏହାର ଚାହିଦା ଅଧିକ । ତେବେ ଆପଣ ଜାଣିଛନ୍ତି କି, ସୁନ୍ଦର ଏବଂ ସତେଜ ନଜର ଆସୁଥିବା ଆମ୍ବ ମଧ୍ୟରୁ ଏମିତି କିଛି ଆମ୍ବ ଅଛି ଯାହା ନକଲି ଆମ୍ବ । ନିକଟରେ ତାମିଲନାଡୁରେ ଖାଦ୍ୟ ସୁରକ୍ଷା ବିଭାହ ଏକ ଦୋଗାମରୁ ପ୍ରାୟ ୭.୫ ଟନ୍ ନକଲି ଆମ୍ବ ଜବତ କରିଛି ।

ଏହି ନକଲି ଆମ୍ବକୁ ମେସିନରେ ପ୍ରସ୍ତୁତ କରାଯାଏ । ଏହି ଆମ୍ବକୁ ଗଛରୁ ତୋଳାଯାଏ କିନ୍ତୁ କୃତ୍ରିମ ଉପାୟରେ ଏହାକୁ ପଚାଯାଇଥାଏ । ତେଣୁ ଏହାକୁ ନକଲି ଆମ୍ବ କୁହାଯାଏ । ଏହି ଆମ୍ବକୁ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଟ୍ ବ୍ୟବହାର କରାଯାଉଛି । ଏହା ସ୍ବାସ୍ଥ୍ୟ ପାଇଁ ହାନିକାର ଯୋଗୁଁ ଏହାର ବ୍ୟବହାର ଉପରେ କଟକଣା ରହିଛି ।

କହିରଖୁଛୁ କ୍ୟାଲସିୟମ କାର୍ବାଇଟ୍ ସହଜରେ ବଜାରରେ ମିଳିଯାଏ । ଏହା ଏକ ପ୍ରକାର ପଥର ଭଳି ହୋଇଥାଏ । ଏହାକୁ ଏକ କପଡାରେ ଗୁଡାଇ ଆମ୍ବ ପା କଦଳୀ ପାଖରେ ଥୋଇଦିଆଯାଏ । ପବନ ବାଜୁନଥିବା ସ୍ଥାନରେ ଏହାକୁ ଥୋଇଦେବା ଫଳରେ ଫଳ ୩-୪ ଦିନରେ ପାଚିଯାଏ । ଏଭଳି କୃତ୍ରିମ ଉପାୟରେ ବାରମ୍ବାର ପଚାଯାଉଥିବା ଫଳ ଖାଇବା ଦ୍ବାରା ପେଟ ଯନ୍ତ୍ରଣା, ଡାଇରିଆ, ବାନ୍ତି ଭଳି ସମସ୍ୟା ଦେଖାଦେଇଥାଏ