ଏନକାଉଣ୍ଟରରେ ସୁଶାନ୍ତ ଗୁରୁତର
ତାଳଚେର/ଅନୁଗୁଳ : ପୁଲିସ୍ ଓ ସ୍ୱତନ୍ତ୍ର ସ୍କ୍ୱାଡ଼ର ଏନକାଉଣ୍ଟରେ କୁଖ୍ୟାତ ଅପରାଧି ସୁଶାନ୍ତ ନାଏକ ଗୁରୁତର ଆହାତ ହୋଇ ଅନୁଗୋଳ ମେଡିକାଲରେ ଚିକିସôା ହେଉଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା ।
ବୁଧବାର ରାତିରେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ତାଳବେଡା ଜଙ୍ଗଲରେ ଅପରାଧରେ ଲିପ୍ତଥିବା ସୁଶାନ୍ତ ନାଏକ ତାର ସାଥି ପାଲହଡା ଥାନା ଅନ୍ତର୍ଗତ ପ୍ରଫୁଲ୍ଲ ନାଏକ ସେଠାରେ ରହିଥିବା ଖବର ପାଇ ତାଳଚେର ଆଇଆଇସି ଦିଗବଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଅତର୍କିତ ଚଢ଼ାଉ କରିଥିଲେ । ଫଳରେ ଅପରାଧୀମାନଙ୍କ ପୁଲିସ ଉପରକୁ ପାଲଟା ଆକ୍ରମଣ କରିଥିଲେ । ଅପରାଧୀମାନେ ପୁଲିସ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୁଲିସ ପକ୍ଷରୁ ୨ରାଉଣ୍ଡ ଗୁଳି ଚଳାଯାଇଥିଲା । ପୁଲିସର ଗୁଳି ସୁଶାନ୍ତର ବାମ ଗୋଡରେ ବାଜିବାରୁ ସେ ଆହାତ ହୋଇ ତଳେ ପଡିଯାଇଥିଲା । ତା ସାଙ୍ଗରେ ଥିବା ପ୍ରଫୁଲ୍ଳ ନାୟକ ପୁଲିସ୍ ଉପକୁ ଆକ୍ରମଣ କରିବାରୁ ପୁଲିସ୍ ପକ୍ଷରୁ ତାକୁ କାବୁ କରାଯାଇଥିଲା । ୍ ଆହାତ ସୁଶାନ୍ତକୁ ଅନୁଗୋଳ ମେଡିକାଲରେ ଚିକିସôା କରାଯାଇଥିବା ବେଳେ ଘଟଣା ସ୍ଥଳରୁ ଦୁଇଟି ମଟରସାଇକେଲ ଜବତ କରିଛି । ସୁଶାନ୍ତ ପୂର୍ବରୁ ପୁଲିସ ଉପରକୁ ଗୁଳିକରି ଫେରାର ହୋଇଥିବା ଥାନ୍ାରେ କେସ୍ ନମ୍ବର ୬୨/୨୦୨୫ରେ ମାମଲା ରୁଜୁ ହୋଇଛି । ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ ଜିଲ୍ଲାରେ ବିଭିନ୍ନ ଥାନାରେ ସୁଶାନ୍ତ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ୮ଟି ୱାରେଣ୍ଟ ରହିଥିବା ଅତିରିକ୍ତ ଏସପି ପଣ୍ଡା ସୂଚନା ଦେଇଛନ୍ତି ।