ବିଜେପିରେ ମିଶିଲେ ବିଜେଡ଼ିର ବହୁ କର୍ମୀ
ବ୍ୟାସନଗର : କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଆକାଶ ଦାସନାୟକଙ୍କ ବ୍ୟାସନଗର ସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୌରପୁର ପଞ୍ଚାୟତର ବହୁ ବିଜୁ ଜନତା ଦଳର କର୍ମୀ ଦଳ ଛାଡି ବିଧାୟକ ଶ୍ରୀ ଦାସନାୟକଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ଗୌରପୁର ପଞ୍ଚାୟତ ତୁଳସୀପୁର ଗ୍ରାମର ବିଜୁ ଜନତା ଦଳର କର୍ମୀ ଗଣେଶ୍ୱର ବାରିକ, କାର୍ତିକ ପରିଡା, ନାରାୟଣ ବାରିକ, ଇଚ୍ଛାପୁର ଗ୍ରାମର ଅଚ୍ୟୁତାନନ୍ଦ ଦାସ, ଗୌରପୁର ଗ୍ରାମର ସଞ୍ଜୟ କୁମାର ଜେନା, ସାଧୁ ଚରଣ ଓଝା, ଅନନ୍ତ ଚରଣ ସାହୁ, ପଦ୍ମନାଭ ସାହୁ, ପ୍ରଫୁଲ୍ଲ କୁମାର ପାତ୍ର, ଭାଗିରଥି ସାହୁ, ସୁଶାନ୍ତ କୁମାର ସାହୁ, ହରିଶ୍ଚନ୍ଦ୍ର ସାହୁ, ବିନୋଦ ଚନ୍ଦ୍ର ସାହୁ, ଅଜୟ କୁମାର ସାହୁ, କାର୍ତିକ ଚନ୍ଦ୍ର ଜେନା, ବଳରାମ ସେଠୀ, ବିଷ୍ଣୁ ଚରଣ ରାଉତ, ବିଶ୍ୱନାଥ ଜେନା, ଗୁନ ଜେନା, ହରିହର ଜେନା, ବିମ୍ବା ଜେନା, ସାଧୁ ଜେନା, କୈଳାସ ଜେନା, ଚନ୍ଦ୍ରମଣୀ ଜେନା ପ୍ରମୁଖ କର୍ମୀମାନେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ମିଶ୍ରଣ ପର୍ବ ଗୌରପୁର ପଞ୍ଚାୟତ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ଜନ୍ମେଜୟ ସାହୁ, ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ଇତିଶ୍ରୀ ଜେନା, ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାଶ, ଗୌରପୁର ଗ୍ରାମପଞ୍ଚାୟତର ବିଜେପି କର୍ମୀ ପ୍ରଫୁଲ୍ଲ ଜେନା, ସରୋଜ ନାୟକ, ଭରତ ସାହୁ, ନାରାୟଣ କର, ଜଳଧର ସାହୁ, ବିଜୟ ସାହୁ, ନାଏବ ସରପଞ୍ଚ ନକୁଳ ପଣ୍ଡା, ଅମୁଲ୍ୟ ପରିଡା, ପ୍ରଦୀପ ସାହୁ, ପ୍ରତାପ ସାହୁ, ତାପସ ଜେନା, ଦନେଇ ଖଟୁଆ, ଅଭିମନୁ୍ୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।