କଇଁଛ ଉଦ୍ଧାର, ଦୁଇ ଗିରଫ

 ମାଲକାନଗିରି : ମାଲକାନଗିରି  ବନଖଣ୍ଡ ଅଧିକାରୀ ପ୍ରତାପ କଟ୍ଟାପଲ୍ଲୀଙ୍କ ନିଦେ୍ର୍ଦଶ କ୍ରମେ ମୋଟୁ ବନ ବିଭାଗ ପକ୍ଷରୁ ତନଖି ସମୟରେ ୩୦୦ରୁ ଉର୍ଦ୍ଧ କଇଁଛ ସହ ୨ ଆସାମୀକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଦୀର୍ଘଦିନ ହେବ କିଛି ଚୋରା କଇଛ ବେପାରୀ  ଆନ୍ଧ୍ରରୁ କାଲିମେଳା ଅଞ୍ଚଳକୁ  ଏହି କଇଁଛ ଚୋରା ଚାଲାଣ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ମୋଟୁ ତନଖି ଫାଟକ ନିକଟରୁ ମୋଟୁ ବନ ବିଭାଗ ଦ୍ୱାରା ଜବତ ହୋଇଥିବା ୩୦୦ରୁ ଅଧିକ ଜୀବନ୍ତ କଇଁଛର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ମାଛ ଗାଡ଼ିରେ ଏହି ସବୁ କଇଁଛ ଚୋରାଚାଲାଣ ହେଉଥିଲା ।  ଯାଞ୍ଚ ସମୟରେ ଗୋଟିଏ ପିକ ଅପ ଗାଡି ସହ ଦୁଇଟି ବାଇକକୁ ମଧ୍ୟ ଜବତ କରିଛି ବନବିଭାଗ ।