ସମସ୍ୟା ଘେରରେ ଧାମନଗର ମହାବିଦ୍ୟାଳୟ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି
ଭଦ୍ରକ ଜିଲ୍ଲାର ଧାମନଗର ଠାରେ ଥିବା ପୂରାତନ ମହାବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି । ଧାମନଗର ମହାବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ବିଭାଗୀୟ ଅବହେଳାର ଶିକାର ହେଉଛି । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷରେ ·ଲିଛି । ୧୫ ଅଗଷ୍ଟ ୧୯୭୭ ମସିହାରେ ପ୍ରତିଷ୍ଠିତ ଦୀର୍ଘ ୪୭ ବର୍ଷର ଏହି ପୁରାତନ ମହାବିଦ୍ୟାଳୟରେ ଅଧ୍ୟାପକ ଓ ବିଭିନ୍ନ ବିଭାଗର କର୍ମ·ରୀଙ୍କୁ ମିଶାଇ ପ୍ରାୟ ଏକ ତୃତୀୟାଂଶ ପଦବୀ ଖାଲି । ଏହି ମହାବିଦ୍ୟାଳୟ ରେ ୮ ଟି ଟିଚିଂ ଷ୍ଟାଫ୍ ପୋଷ୍ଟ ଫାଙ୍କା ଥିବାବେଳେ ୧୫ ଟି ନନ ଟିଚିଂ ଷ୍ଟାଫ୍ ପୋଷ୍ଟ ଫାଙ୍କା ଅଛି । ଏପରିକି ଜୁଲୋଜି ବିଭାଗରେ ଆଦୌ ଅଧ୍ୟାପକ ନାହାଁନ୍ତି । କେବଳ ୧୦ ଜଣ ଅତିଥି ଶିକ୍ଷକଙ୍କୁ ନେଇ ଏଠାରେ ଶିକ୍ଷାଦାନ ·ଲିଥିବା ବେଳେ ନାମ ଲେଖା ସରିବା ପରେ ପୁନଶ୍ଚ ଏମାନଙ୍କ ଉପରେ ମହାବିଦ୍ୟାଳୟ ନିର୍ଭର କରିପାରେ । ଏହି କଲେଜରେ କ୍ଲାସ ରୁମ୍ ନିଅଣ୍ଟ ଥିବାବେଳେ ବିଜ୍ଞାନଗାରର ଆଧୁନିକ କରଣର ଆବଶ୍ୟକତା ଅଛି । କଲେଜର ବାଉଣ୍ଡରି ୱାଲ ନାହିଁ ଯାହାଫଳରେ ଅବାଧରେ ଅସାମାଜିକ ବ୍ୟକ୍ତି ଅନୁପ୍ରବେଶ କରୁଛନ୍ତି । ସେହିପରି କଲେଜରେ ଦୀର୍ଘ ବର୍ଷ ହେବ ଲାଇବ୍ରେରୀଆନ୍ ପଦବୀ ଖାଲି ଥିବାବେଳେ ଯେଉଁ ଦୁଇଜଣ ଅସ୍ଥାୟୀ ଦାୟିତ୍ୱରେ ଥିଲେ ସେମାନେ ଅବସର ନେବା ପରେ ଏବେ କ୍ଳରିକାଲ ଷ୍ଟାଫ ଏହି ଦାୟିତ୍ୱ ତୁଲାଉଛନ୍ତି । ସେହିପରି ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ବେଳେ ଏହି ମହାବିଦ୍ୟାଳୟରେ ୨୦୧୭ ମସିହାରେ ତକ୍ରାଳୀନ କ୍ରୀଡ଼ା ଶିକ୍ଷକଙ୍କ ଅବସର ପରେ ଏଯାବତ ଉକ୍ତ ପଦ ଖାଲି ପଡ଼ିଛି । ଏହି ମହାବିଦ୍ୟାଳୟର ଏସସି/ଏସ.ଟି ହଷ୍ଟେଲକୁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୩୬ ଲକ୍ଷ, ୨ୟ ପର୍ଯ୍ୟାୟର ୨୦ ଲକ୍ଷ ଏବଂ ତୃତୀୟ ପର୍ଯ୍ୟାୟରେ ୭୫ ଲକ୍ଷ ଅର୍ଥ ବ୍ୟୟ ବରାଦ ହୋଇଥିବା ବେଳେ କାର୍ଯ୍ୟ ମନ୍ଥର ହେତୁ ତାହା ଏଯାବତ ସରିପାରି ନାହିଁ । ମହାବିଦ୍ୟାଳୟରେ ଏବେ ବିଭିନ୍ନ ସମସ୍ୟା ବଢିବାରେ ଲାଗିଛି । ଅଧ୍ୟକ୍ଷ ଅଧ୍ୟାପକ ଓ କର୍ମ·ରି ମଧ୍ୟ ରେ ତାଳ ମେଳ ରହୁ ନଥିବା ଭଳି ମନେ ହେଉଛି । କଲେଜର ପ୍ରାୟ ୧୫ ଏକରରୁ ଉର୍ଦ୍ଧ ଜମି ଥିବା ବେଳେ ଧୀରେ ଧୀରେ ତାହା ଜବରଦଖଲ ହେବାକୁ ଗଲାଣି । ତେବେ ଧୀରେ ଧୀରେ ସମସ୍ୟା ସମାଧାନ ହେବ ବୋଲି ଅଧକ୍ଷ ଏମଡି ଇସ୍ରାଇଲ ପ୍ରକାଶ କରିଛନ୍ତି । ସବୁଠାରୁ ବଡ କଥା ହେଲା ଧାମନଗର ନିର୍ବାଚନ ମଣ୍ଡଳୀର ଏହି କଲେଜ ହୋଇ ଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀରୁ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଭାବେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଦାଇତ୍ୱ ଗ୍ରହଣ କରିଥିବା ସୂର୍ଯ୍ୟବଂଶୀ ସୁରଜ ଉକ୍ତ କଲେଜ ପ୍ରତି ଦୃଷ୍ଟି ନଦେଲେ କଲେଜର ସମସ୍ୟା ଲାଗି ରହିବ । ଖୁବ ଶୀଘ୍ର ଉକ୍ତ କଲେଜକୁ ଯାଇ ଅଭିଭାବକ ଛାତ୍ର ଓ କଲେଜ ର ଅଧ୍ୟାପକ ଓ ଅଧ୍ୟକ୍ଷ ଙ୍କ ସହ ଆଲୋଚନା ପରେ ସମସ୍ୟାର ସମାଧାନ କରାଯିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।