ମୃତୁ୍ୟଞ୍ଜୟ ଉନ୍ନୟନ ପରିଷଦର ବାର୍ଷିକୋତ୍ସବ
ବାଲିଅନ୍ତା: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ବ୍ଲକ୍ ଲିଙ୍ଗିପୁର ପଞ୍ଚାୟତ ଅଧିନ ମୃତୁ୍ୟଞ୍ଜୟ ବିହାର ଉନ୍ନୟନ ପରିଷଦର ତୃତୀୟ ବାର୍ଷିକୋତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ରମାକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ, ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ କ୍ଷୀରୋଦ ପ୍ରଧାନ ଯୋଗଦେଇଥିଲେ । ପରିଷଦର ସମ୍ପାଦକ ସୁଧୀର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଗତ ୧୨ ତାରିଖରେ ମୃତୁ୍ୟଞ୍ଜୟ ବିହାରରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଚନା, ବକ୍ତୃତା ଓ ସାଧାରଣଜ୍ଞାନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା, ୨୦୨୨ ରେ ୨୩ତମ ସ୍ଥାନରେ ଥିବା ସମସ୍ତଙ୍କ ପ୍ରେରଣାଦାୟୀ ତଥା ଗର୍ବ ଓ ଗୌରବ ସ୍ଥାନୀୟ ଦିବ୍ୟବିହାରର ମନୋରଞ୍ଜନ ସ୍ୱାଇଁଙ୍କ ଝିଅ ସୌମ୍ୟା ସ୍ୱାଗତିକା ସ୍ୱାଇଁଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଶେଷରେ ମୃତୁ୍ୟଞ୍ଜୟ ବିହାର କଲୋନୀର ପ୍ରତିଭାବାନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପରିଷଦ ଉପସଭାପତି ବ୍ରହ୍ମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ, କୋଷାଧ୍ୟକ୍ଷ ଲିଙ୍ଗରାଜ ସାମନ୍ତରାୟ, ସଭ୍ୟ ଦେବାନନ୍ଦ ମହାପାତ୍ର, ବିଜୟ ମିଶ୍ର, ବିଭୁତି ଭୂଷଣ ସାହୁ, ପ୍ରତାପ କୁମାର ବାରିକ, ଦୀନକୃଷ୍ଣ ନାୟକ, ପ୍ରଶାନ୍ତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ