ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ସ୍ବାର୍ଡ : ସିଏଚ୍‌ଏସସି ଅଧ୍ୟକ୍ଷକଙ୍କ ସୂଚନା

 ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କ୍ବାର୍ଡ । କାରଣ ପୂର୍ବରୁ ବିଭିନ୍ନ ଜିଲ୍ଲାରେ ସ୍କ୍ବାର୍ଡ ପହଂଚି ପାରୁ ନଥିଲେ ।  ରାଜ୍ୟସ୍ତରୀୟ ସ୍କ୍ବାର୍ଡ ଗଠନ ହେଉଥିଲା । ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲା  ସ୍ତରୀୟ ସ୍କ୍ବାର୍ଡ କରି ସଫଳତା ମିଳିଥିଲା  ।  ତାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ସ୍କ୍ବାର୍ଡ ମୁତୟନ ହେବେ ବୋଲି କହିଛନ୍ତି  ସିଏଚଏସଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ପରିଡା  ।   ବଡ଼ ଜିଲ୍ଲାରେ ଦୁଇଟି ଓ ଛୋଟ ଜିଲ୍ଲାରେ ଗୋଟେ ଗ୍ରୁପ ରହିବେ। ସମସ୍ତ ଖର୍ଚ୍ଚ CHSE ବହନ କରିବ  ।  ପରୀକ୍ଷାର୍ଥୀଙ୍କ ସମ୍ପର୍କୀୟ ଯେପରି ପରୀକ୍ଷା ପରିଚାଳନାରେ ରହିବେ ନାହିଁ,  ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ କହିଛନ୍ତି ।