ଅଲ୍ ଓଡ଼ିଶା ଚେସ୍ ସଂଘର ନିର୍ବାଚନ ସତ୍ୟ ରଞ୍ଜନ ସଭାପତି 


 ଭୁବନେଶ୍ୱର: ବିଭିନ୍ନ ପଦପଦବୀକୁ ନେଇ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ର ନିର୍ବାଚନ  ଅନୁଷ୍ଠିତ ହୋଇଛି । ଗତ ୯ତାରିଖରେ ୱାଣ୍ଡର୍ ୱାର୍ଲ୍ଡ ୱାଟର୍ ପାର୍କ ଠାରେ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ  ସତ୍ୟରଞ୍ଜନ ପଟ୍ଟନାୟକ ସଭାପତି ନିର୍ବାଚିତ ହୋଇଛନ୍ତି । ସେହିପରି ଉପ ସଭାପତି ଭାବେ ଶଙ୍କର ପ୍ରସାଦ ମିଶ୍ର, ସମ୍ପାଦକ ଭାବେ ଦେବବ୍ରତ ଭଟ୍ଟ, ସହ ସମ୍ପାଦକ ଭାବେ ଭବେଶ ମହାନ୍ତି, କୋଷାଧ୍ୟକ୍ଷ (ଅପ୍ରତିଦ୍ୱନ୍ଦ୍ୱୀ) ଭାବେ ବିଭୁ ଭୂଷଣ ମିଶ୍ର ଏବଂ ଅଭିଷେକ ଆଚାର୍ଯ୍ୟ, ପ୍ରଦୀପ କୁମାର ମହାନ୍ତି, ପଦ୍ମିନୀ ସିଂହ ଓ ରିତେଶ ରଥ ପ୍ରମୁଖ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏଆଇସିଏଫ୍ର ଉପ ସଭାପତି ଅନିଲ କୁମାର ରାୟଜାଦା, ଅଲ୍ ଓଡ଼ିଶା ଚେସ୍ ସଂଘର ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଏବଂ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପ୍ରଧାନଙ୍କ ଉପସ୍ଥିତିରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ଏହାପରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ସଂଘର ବିଜୟୀ ପ୍ରାର୍ଥୀଙ୍କୁ ନେଇ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।