ପରିକ୍ରମା ପ୍ରକଳ୍ପ ଡିଜାଇନ ବଦଳିବ

ପରିକ୍ରମା ପ୍ରକଳ୍ପ ଡିଜାଇନ ବଦଳିବ

ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପ ଡିଜାଇନ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୁରୁଣା ଡିଜାଇନରେ କିଛି ଆଡ୍ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ ହେବ । ଲୋକଙ୍କ ଧାର୍ମୀୟ ଭାବନା ଜଡ଼ିତ ଥିବାରୁ ବିଚାରବିମର୍ଶ ଚାଲିଛି । କୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ତପ ପାଇଁ ବି ବ୍ୟବସ୍ଥା ହେବ । ଏନେଇ ଦୁଇ ତିନି ମାସ ମଧ୍ୟରେ କାମ ଆରମ୍ଭ ହେବ ।

ସେପଟେ ଶ୍ରୀମନ୍ଦିରରେ ନୂଆବର୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ଗୋଟିଏ ପଟେ ଯିବେ ଏବଂ ଅନ୍ୟପଟେ ବାହାରିବେ । ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ । ଏନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆସନ୍ତା ଇଂରାଜୀ ନୂଆ ବର୍ଷରେ ଶ୍ରୀ ମନ୍ଦିରରେ ଦର୍ଶନପାଇଁ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ଶ୍ରୀ ମନ୍ଦିର ପ୍ରଶାସନ । ନାଟ ମଣ୍ଡପ ଭିତରେ ଭକ୍ତଙ୍କ ପାଇଁ ହେବ କାଠର ବ୍ୟାରିକେଡ । ସେଥିରେ ରହିବ ରାମ୍ପର ବ୍ୟବସ୍ଥା । ଭିତର ଭିଡ ନିୟନ୍ତ୍ରଣ ପାଇଁ ଲାଗୁ ହେବ ନୂଆ ଦର୍ଶନ ବ୍ୟବସ୍ଥା । ନାଟମଣ୍ଡପରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଉପରେ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଇଛି । ବାହାର କାଠ ଦର୍ଶନ ପାଇଁ ରହିବ ସୁଉଚ ରାମ୍ପ ଓ ଷ୍ଟେପ ବ୍ୟବସ୍ଥା । ଏନେଇ ସ୍ୱତନ୍ତ୍ର ପ୍ରସ୍ତାବିତ ଡିଜାଇନ୍ ଦେଇଛି ଓବିସିସି ।