ସମାଜ ସର୍ଭେ : ଲୋକସଭାରେ ପୋଛିନେବ ବିଜେପି
ExitPoll Odisha

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଖବରକାଗଜ ସମାଜ ପକ୍ଷରୁ ଏକଜିଟ ପୋଲ ପ୍ରକାଶ ପାଇଛି । ସମାଜର ଆକଳନ ଅନୁଯାୟୀ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁରରେ ବିଜେପି ବାଜିମାତ୍ କରିବ । ଯେତେବେଳେକି କୋରାପୁଟରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ କଡ଼ା ଲଢେ଼ି ହେବବୋଲି ଆକଳନ କରାଯାଇଛି ।
ଅର୍ଥାତ୍ ୭ ଲୋକସଭା ଆସନ ମଧ୍ୟରୁ ବିଜେଡ଼ି ୬ରୁ ୭ ଓ ବିଜେଡ଼ି କିମ୍ବା କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ । ଏହି ୭ ଲୋକସଭା ଆସନ ଅନ୍ତର୍ଗତ ୪୯ ବିଧାନସଭା ଆସନ ମଧ୍ୟରୁ ବିଜେଡ଼ି ୧୯ରୁ ୩୦, ବିଜେପି ୧୪ରୁ ୨୨, କଂଗ୍ରେସ ୪ରୁ ୭ ଓ ଅନ୍ୟାନ୍ୟ ଗୋଟିଏ ଆସନ ପାଇପାରନ୍ତି ।