ମାଗଣା ବିଜୁଳି ଗୁଜବ : ଲୋକେ ଖୋଲିଦେଲେ ମିଟର
FREE ELCTRICITY ODISHA

ଭୁବନେଶ୍ୱର : ୩ ଶହ ୟୁନିଟ୍ ମାଗଣା ବିଜୁଳି ନେଇ ରାଜ୍ୟ ସରକାର କୌଣସି ଘୋଷଣା କରିନାହାନ୍ତି । ଏନେଇ ବରଗଡ଼ ଜିଲ୍ଲାରେ ମିଛ ଖବର ଘୂରିବୁଳୁଛି । ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନ କଲେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମିଳିପାରିବ । ଗୃହରେ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ଶୂନ୍ୟକାଳ ଆରମ୍ଭରୁ ସେ କହିଥିଲେଯେ, ବରଗଡ଼ ଜିଲ୍ଲାର କେତେକ ଅଂଚଳରେ ଭ୍ରମାତ୍ମକ ଖବର ପ୍ରସାରିତ ହେଉଛି । ବିଜୁଳି ଉପଭୋକ୍ତାମାନେ ମିଟର ଖୋଲି ଦେଉଛନ୍ତି । ବିଜୁଳି ମିଟର କେବଳ ପ୍ରଶିକ୍ଷିତ ଓ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିମାନେ ହିଁ ଲଗାଇପାରିବେ ବା କାଢ଼ିପାରିବେ । ବିନା ଅନୁମତିରେ ମିଟର ଖୋଲିବା ଦ୍ୱାରା ଯଦି କିଛି ଅଘଟଣ ଘଟେ ସେଥିପାଇଁ ବିଦ୍ୟୁତ ବିତରଣ କମ୍ପାନୀ ଦାୟୀ ହେବେନାହିଁ ।