କୋଲକାତାରେ ନ୍ୟାୟ ପାଇଁ ଜୋରଦାର ଆନ୍ଦୋଳନ

ଅଭୟାଙ୍କୁ ନ୍ୟାୟ ଦାବିରେ କୋଲକାତାରେ ଜୋରଦାର ଆନ୍ଦୋଳନ ଚାଲିଛି । ବ୍ୟାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରକାଶ କରିଛନ୍ତି । ହାୱଡା ନିକଟରେ ପୋଲିସ ସହ ଛାତ୍ରଛାତ୍ରୀଙ୍କର ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବା ସହ ସିଏମସି କାର୍ଯ୍ୟାଳୟ ନବାନ୍ନ ଅଭିମୁଖେ ୩୦ହଜାରରୁ ଅଧିକ ଛାତ୍ରଛାତ୍ରୀ ବାହାରିଛନ୍ତି । ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଯାଇ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ପାଣିମାଡ ସହ ଟିୟର ଗ୍ୟାସ୍ ପ୍ରୟୋଗ କରିଛି । ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଛି। ରାଜ୍ୟ ସଚିବାଳୟ ବାହାରେ ବ୍ୟାପକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂଗଠନକୁ ଅଟକାଇବା ପାଇଁ ବ୍ୟାରିକେଡ୍ ସାଙ୍ଗକୁ, ଲୁହା, ବାଉଁଶ ଓ ବଡ଼ ବଡ଼ କଣ୍ଟେନର ରାସ୍ତା ଉପରେ ରଖି ସିଲ୍ କରାଯାଇଛି। ଏଥିସହ ନ୍ୟାୟ ଦାବିରେ ପୋଲିସ ଓ ଆନ୍ଦୋଳନକାରୀ (ହଜାର ହଜାର ଛାତ୍ରଛାତ୍ର) ମୁହାଁମୁହିଁ ହୋଇଛନ୍ତି । ପୁଲିସ୍ ଦ୍ୱାରା ଯେଉଁ ବାରିକେଡ୍ କରାଯାଇଛି ତାହାକୁ ବିକ୍ଷୋଭବାକରୀ ଛାତ୍ରମାନେ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି। ମମତାଙ୍କ ଗଡରେ ଦେଖିବାକୁ ମିଳିଛି ଛାତ୍ରଛାତ୍ରୀଙ୍କ ମହାବିକ୍ଷୋଭ ।