ଚାଷୀଙ୍କ ପାଇଁ ସବସିଡି ସହ ପ୍ରତି ଗାଁରେ ଓମଫେଡ୍ ଷ୍ଟଲ୍ : ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର: ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ । ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତିି। ସେ କହିଛନ୍ତି, ଜିଲାର ସମସ୍ତ ବଡ ବଡ ମନ୍ଦିରରେ ଓମ୍ଫେଡ ଘିଅର ବ୍ୟବହାର କରିବାକୁ ସମସ୍ତ ଜିଲାପଳମାନଙ୍କୁ କୁହାଯାଇଛି । ପ୍ରତି ବ୍ଲକରେ ୧୪୨୩ କୋଟି ଟଙ୍କା ବ୍ୟୟରେ କାମଧେନୁ ଯୋଜନା ହେବ । ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ । ଗାଈ ବାଝୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ । ଓମ୍ଫେଡ ଗୁଡ଼ିକର ପୁନର୍ଗଠନ କରାଯିବ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବ୍ସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ଗାଁ ଗହଳିରେ ଓମ୍ଫେଡ ଚାହିଦା ବଢୁଛି ତେଣୁ ପ୍ରତି ଗାଁରେ ଏହି ଓମ୍ଫେଡ ଷ୍ଟଲ ଖୋଲିବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।