ଚର୍ଚ୍ଚାରେ ଗିରୀଶ ଚନ୍ଦ୍ର ମୁର୍ମୁ

Girish Chandra Murmu

ଚର୍ଚ୍ଚାରେ ଗିରୀଶ ଚନ୍ଦ୍ର ମୁର୍ମୁ

ଭୁବନେଶ୍ୱର : କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ପଗଡ଼ି ବାନ୍ଧିବ ବିଜେପି ? ଏହାକୁ ନେଇ ଏବେ ବିଜେପି ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ସମର୍ଥକମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ ନିଜ ନିଜ ନେତାଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି  । 

ମୁଖ୍ୟମନ୍ତ୍ରୀ ରେସରେ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜୁଏଲ ଓରାମଙ୍କ ଭଳି ଅନେକ ନେତାଙ୍କ ନାମ ଚର୍ଚ୍ଚାରେ ରହିଛି  । ତେବେ ଏହି ରାଜନେତାଙ୍କ ବ୍ୟତୀତ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି  । ୨୦୨୦ ଅଗଷ୍ଟ ୮ରେ ଗିରିଶ ଦେଶର କାଗ୍‌ ଭାବେ ଦାୟିତ୍ୱ ନେଇଥିଲେ  । ସେହିପରି ଜାମ୍ମୁକାଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବାର ବି ସୌଭାଗ୍ୟ ପାଇଥିଲେ  । ଜଣେ ପ୍ରଶାସକ ଭାବେ ତାଙ୍କର ସୁନାମ ମଧ୍ୟ ରହିଛି  । ଗୁଜୁରାଟ ସରକାରରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଭଲ ସମ୍ପର୍କରେ ରହଛନ୍ତି  । ପ୍ରଶାସନ, ଅର୍ଥନୀତି ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ତାଙ୍କର ଢେ଼ର ଅଭିଜ୍ଞତା ରହିଛି  । ଗୁଜୁରାଟ କ୍ୟାଡ଼ରର ଆଇଏଏସ ଅଫିସର ଥିବା ଗିରୀଶ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ  । ମୟୂରଭଞ୍ଜରେ ଜନ୍ମିତ ଗିରୀଶ ମଧ୍ୟ ଆଦିବାସୀ ଚେହେରା  । ଅତୀତରେ ବିଜେପିର କେନ୍ଦ୍ରୀୟ ନେତାମାନେ ଅନେକ ବାର ଏଭଳି ଚକିତ କରିବା ଭଳି ମୁଖ୍ୟମନ୍ତ୍ରୀ ବାଛିବାର ନଜିର ରହିଛି  ।