ବିଜେଡ଼ି ଛାଡ଼ିଲେ ରମେଶ, ରାମଚନ୍ଦ୍ର ଓ ଅମରେନ୍ଦ୍ର

ଭୁବନେଶ୍ୱର : ୨୦୧୯ରେ ଅନୁଗୁଳ ଜିଲ୍ଲାରେ ରେକର୍ଡ଼ ଭୋଟରେ ଜିତିଥିଲେ । ଭାବିଥିଲେ ଏଥର ନିଶ୍ଚିତ ଟିକେଟ ମିଳିବ । କିନ୍ତୁ ସେମିତି କିଛି ହେଲାନାହିଁ । ଗତଥରର ସମ୍ବଲପୁର ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କୁ ଏଥର ଆଠମଲ୍ଲିକ ବିଧାନସଭା ଟିକେଟ ଦିଆଯାଇଛି । ଟିକେଟ ନମିଳିବାରୁ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇଛନ୍ତି ।